ସାମୁଦ୍ରିକ ଝଡ଼ ଅସାନି ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

Advertisment
ସାମୁଦ୍ରିକ ଝଡ଼ ଅସାନି ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

Sambad

ଭଦ୍ରକ: ଆସୁଥିବା ସାମୁଦ୍ରିକ ଝଡ଼ ‘ଆସାନି’ ପ୍ରଭାବରେ ଭଦ୍ରକ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଆରମ୍ଭ ହୋଇଛି ଝିପଝିପ ବର୍ଷା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କୁ ସତର୍କ ସୂଚନା ଥିବାବେଳେ ଘୁର୍ଣ୍ଣି ଝଡ଼ ‘ଆସାନି’ ପ୍ରଭାବରେ ଜିଲ୍ଲାରେ ଆରମ୍ଭ ହୋଇଛି ଝିପଝିପ ବର୍ଷା। ପୂର୍ବରୁ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଶାସନ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ ରଖିବା, ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାବା ନେଇ ସୂଚନା ଦିଆଯାଇ ଥିବା ବେଳେ ଜିଲ୍ଲାରେ ପହଞ୍ଚିଛନ୍ତି ଓଡ୍ରାଫ ଟିମ। ଘୁର୍ଣ୍ଣିଝଡ଼ ସମୟରେ କୌଣସି ପରିସ୍ଥିତିରେ ସାଧାରଣ ଲୋକଙ୍କ ସହାୟତା ବା ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ପହଞ୍ଚିଛନ୍ତି ୩୭ ଜଣିଆ ଓଡ୍ରାଫ ଟିମ।

ଆସନ୍ତାକାଲି ଠାରୁ ଜିଲ୍ଲାରେ ବର୍ଷା ଅଧିକ ହେବାର ସୂଚନା ଥିବାବେଳେ ଜିଲ୍ଲାର ପ୍ରତି ବ୍ଲକର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକସ୍ଥଳେ ଲୋକଙ୍କୁ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୪ ଟି ସ୍ଥାୟୀ ଏବଂ ୧୦୮୯ଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଜନସାଧାରଣଙ୍କ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରଖିବା ସହ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବାର ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe