ପଦ୍ମପୁର: କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତର ନୂଆଗାଁ ଢିପାସାହିରେ ଆସନ୍ତା ମକର ସଂକ୍ରାନ୍ତି ଉପଲକ୍ଷେ ଟୁସୁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ପୌରାଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ମହାନ୍ତଙ୍କ ତତ୍ତ୍ବାବଧାନରେ ଏହା ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ଜୋନ୍-୪ ର ଜିଲ୍ଲାପରିଷଦ ସଦସ୍ୟା ଲୀଲାବତୀ ମହାନ୍ତ ଓ ବଡ଼ବିଲ ବିଜୁ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ।
ଆୟୋଜକ ସନ୍ରାଇଜ ୟୁଥ କ୍ଲବ୍ର ସଦସ୍ୟମାନେ ସହଯୋଗ କରିଥିଲେ। ଏ ଅବସରରେ ନୂଆଗାଁ, ହାତୀକୁଚା, ପୋଇପାଣି, ବୀରକିଶୋରପୁର, ରତନପୁର, କାଦଗଡ଼, ବରଦାପାଳ, ମହାଦେଇଯୋଡ଼ା, ବାଙ୍କବାରୁଣୀ, ମରସୁଆଁ, ଝଡ଼ାପଶି, ହୁଣ୍ଡୁଳା, କସିରା ଆଦି ଗ୍ରାମର ମା’ଭଉଣୀଙ୍କୁ ୪୦ଟି ଟୁସୁ ମୂର୍ତ୍ତି ବଣ୍ଟନ କରାଯାଇଥିଲା। ଏହି ଉତ୍ସବରେ ସନ୍ ରାଇଜ୍ ୟୁଥ କ୍ଲବ୍ର ସଦସ୍ୟ ତୁଷାର ମହାନ୍ତ, ହରେକୃଷ୍ଣ ମହାନ୍ତ, ମିଥୁନ ମହାନ୍ତ, ବିଦ୍ୟାଧର ମହାନ୍ତ, ଲିପଟନ ମହାନ୍ତ, ରୋହିତ ମହାନ୍ତ, ଲିପୁନ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ବୁଲୁ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ତରଣୀସେନ ମହାନ୍ତ, ଲୋକନାଥ ମହାନ୍ତ, ସରୋଜ ମହାନ୍ତ, ଶିବୁ ମହାନ୍ତ, ସୂର୍ଯ୍ୟକାନ୍ତ ମହାନ୍ତ, ଧନଞ୍ଜୟ ମହାନ୍ତ, ତ୍ରିଲୋଚନ ମହାନ୍ତ, ସୁଶୀଲ ମହାନ୍ତ, ନିର୍ମଳ ମହାନ୍ତ, ଦିପୁ ମହାନ୍ତ, ବିଜୟ ମହାନ୍ତ ଓ ଧୀରେନ ମହାନ୍ତ ସହଯୋଗ କରିଥିଲେ।
Follow Us