ମୟୂରଭଂଜରେ ଟିକାକରଣ ନେଇ ପ୍ରସ୍ତୁତି ଜୋରଦାର, ୧୮୪୨୪ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୨୧୮୯ ସେସନ୍‌ରେ ଦିଆଯିବ ଟିକା

Advertisment

ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକରେ ଏକ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବା ପ୍ରସ୍ତାବ

ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକରେ ଏକ ସ୍ବତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବା ପ୍ରସ୍ତାବ

ମୟୂରଭଂଜରେ ଟିକାକରଣ ନେଇ ପ୍ରସ୍ତୁତି ଜୋରଦାର, ୧୮୪୨୪ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୨୧୮୯ ସେସନ୍‌ରେ ଦିଆଯିବ ଟିକା

ବାରିପଦା: ମୟୂରଭଂଜ ଜିଲ୍ଲାରେ କରୋନା ଟିକାକରଣ ନେଇ ପ୍ରସ୍ତୁତି ତ୍ବରାନ୍ବିତ କରାଯାଇଛି। ଆଜି ଏନେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରୁ ପଞ୍ଜିକୃତ କରାଯାଇଥିବା ୧୮୪୨୪ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୨୧୮୯ ସେସନ୍‌ରେ ଟିକା ପ୍ରଦାନ ନେଇ ଯୋଜନା ହୋଇଥିବା ଜଣାପଡ଼ିଛି। ରାଜ୍ୟକୁ କୋଭିଡ୍‌ ଟିକା ଆସିବା ପରେ ଗାଇଡ୍‌ଲାଇନ ଅନୁସାରେ ଜିଲ୍ଲାରେ ଟିକାକରଣ କରାଯିବ।

ଆଜିର ବୈଠକରେ ଟିକା ପ୍ରଦାନ ନିମନ୍ତେ ଆନୁସଙ୍ଗିକ ପରିଚାଳନାର ସମୀକ୍ଷା କରାଯାଇଥିଲା। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିତ୍ ପି ପରମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର ପ୍ରମୁଖଙ୍କ ସମେତ ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗ ଓ ବିଭିନ୍ନ ଲାଇନ ବିଭାଗ ପଦାଧିକାରୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ସିଡିଏମଓ ଡା. ମିଶ୍ର କୋଭିଡ୍ ଟିକାକରଣ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ହେବାକୁ ଥିବା ଟିକାକରଣର ସଫଳତା ପାଇଁ ସଂପୃକ୍ତ ସ୍ୱାସ୍ଥ୍ୟଧିକାରୀ ଓ ଲାଇନ୍ ବିଭାଗ ଅଧିକାରୀଙ୍କ ମଧ୍ୟରେ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିବାକୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପରାମର୍ଶ ଦେଇଥିଲେ।

ଟିକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରରେ ଆନୁସଙ୍ଗିକ ସୁବ୍ୟବସ୍ଥା କରାଯିବା ଉପରେ ପରାମର୍ଶ ଦେଇଥିଲେ । ଏହି ଟିକାକରଣ କାର୍ଯ୍ୟକ୍ରମ ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ କର୍ମଚାରୀ ଓ ବେସରକାରୀ ଚିକିତ୍ସାଳୟ କାର୍ଯ୍ୟରତ ସ୍ୱାସ୍ଥ୍ୟ ସେବା କର୍ମୀ, ଆଶା, ଅଙ୍ଗନୱାଡୀ କର୍ମୀ ଏବଂ ଆଗ ଧାଡିର କର୍ମଚାରୀ କୋଭିଡ୍ ଯୋଦ୍ଧାଙ୍କୁ ଟୀକା ପ୍ରଦାନ କରାଯିବା ନେଇ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ବିଶଦ୍ ଆଲୋଚନା ହୋଇଥିଲା।

ଆଲୋଚନାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପରମାର୍ ପୁଲିସ କର୍ମଚାରୀ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଜିଲ୍ଲା ପୋଲିସ ହସ୍‌ପିଟାଲ ଠାରେ ଏକ ସତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବା ପାଇଁ ପ୍ରସ୍ଥାବ ଆଗତ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ସମସ୍ତ ସିଏଚ୍‌ସି, ଏସ୍‌ଡିଏଚ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ ନିର୍ଦ୍ଧାରିତ ଟୀକାକରଣ କେନ୍ଦ୍ର ମାନଙ୍କରେ ପ୍ରତି କେନ୍ଦ୍ର ପାଇଁ ତାଲିମ ପ୍ରାପ୍ତ ଭେକ୍ସିନେଟର ସମେତ ୪ ଜଣ କର୍ମଚାରୀ / ସ୍ୱେଚ୍ଛାସେବୀ ୫ ଜଣ ନିୟୋଜିତ ହୋଇ କାର୍ଯ୍ୟପରିଚାଳନା ସହଯୋଗ କରିବେ । ବୈଠକରେ କୋଭିଡ୍ ଜିଲ୍ଲା ନୋଡାଲ୍ ଅଧିକାରୀ ଡା. ଜ୍ଞାନେନ୍ଦ୍ର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟଅଧିକାରୀ ଡା.ଚାରୁବାଳା ରଥ, ଡିଏମ୍‌, ଆର୍‌ସିଏଚ୍ ବିଶ୍ୱରଞ୍ଜନ ରାଉତ, ପ୍ରମୁଖଙ୍କ ସମେତ ସଂପୃକ୍ତ ଲାଇନ ବିଭାଗ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe