୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ବିକ୍ରମଦେବ କଲେଜ, ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥିଙ୍କୁ ନେଇ ଚିନ୍ତା

୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ବିକ୍ରମଦେବ କଲେଜ, ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥିଙ୍କୁ ନେଇ ଚିନ୍ତା

Sambad

ଜୟପୁର: ଆସନ୍ତା ମାସ ପହିଲାରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳିବ। ଏଥି ପାଇଁ ଶନିବାର ଆଲୁମିନି କାର୍ଯ୍ୟାଳୟ ପରିସରରେ ସଂପାଦକ ବିଜୀ ରାୟ ଜେନା ଦେଓଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଲୁମିନି ଇଂ. ଈଶ୍ବର ପାଣିଗ୍ରାହୀଙ୍କ ସ‌ମେତ ବହୁ ଆଲୁମିନି ଭାଗ ନେଇଥିଲେ। ସେହିଦିନ ରଥଯାତ୍ରା ପଡୁଥିବାରୁ ଯେଉଁମାନଙ୍କୁ ଅତିଥି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ସମସ୍ତେ ପୁରୀ ରଥଯାତ୍ରାରେ ସାମିଲ ରହୁଥିବାରୁ ବୈଠକରେ ଚିନ୍ତା ପ୍ରକଟ କରାଯାଇଛି। ବିଜେଡି ସଂଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ (ବବି) ଦାଶଙ୍କ ସହ ବି ଏ ନେଇ ଶ୍ରୀ ପାଣିଗ୍ରାହୀ ଆଲୋଚନା କରିଥିଲେ।

publive-image Sambad

ବିଧାୟକ ଶ୍ରୀ ଦାଶ ଆସନ୍ତା ୨୬ତାରିଖ ଜୟପୁର ଆସିବା ସହ ଭିଡି କଲେଜକୁ ଆସି ଆଲୋଚନା କରିବେ ବୋଲି ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି। ଶୋଭାଯାତ୍ରାକୁ ଅଧିକା ଆକର୍ଷଣୀୟ କରିବା ପାଇଁକାକିରୀଗୁମ୍ମା ଅଂଚଳର ସିଙ୍ଗ ବାଦ୍ୟ, କୋୟା, ବଣ୍ଡା, ଦୁରୁଆ, ଢ଼େମସା ଆଦି ପାରମ୍ପରିକ ଲୋକନୃତ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ପୂର୍ତ୍ତି ଉତ୍ସବ କମିଟିର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏହାରି ମଧ୍ୟରେ ଅତିଥି ନିମନ୍ତ୍ରଣକୁ ନେଇ ଦୁଇଦିନ ତଳେ ଆ‌ଲୋଚନା କରିଥିଲେ। ଏବେ ବିଧାୟକ ଭୁବନେଶ୍ବରରେ ସେମାନଙ୍କ ସହ ସିଧାସଳଖ ଭେଟିବାକୁ ଯାଇଥିବା ଆଲୋଚନା ହୋଇଥିଲା। ଦଳମତ ନିର୍ବିଶେଷରେ ରାଜନିତୀରୁ ଦୁରରେ ରହି କିଭଳି ପୂର୍ତ୍ତି ଉତ୍ସବରୁ ଡିସେମ୍ବର ଉଦଯାପନୀ ଉତ୍ସବ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମକୁ ସଠିକ ଭାବେ ପାଳନ କରାଯାଉ ବୋଲି ଇଂ. ପାଣିଗ୍ରାହୀ କହିଥିଲେ। ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ଲକ୍ଷ୍ୟ ଯେଭଳି ସମସ୍ତଙ୍କର ରହିବ ସେ ଦିଗରେ ବିଭିନ୍ନ ସ୍ତରରେ ପ୍ରୟାସ ଜାରୀ ରହୁ ବୋଲି ଇଂ. ପାଣିଗ୍ରାହୀ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe