୨୪ ଅଗଷ୍ଟରେ ମୟୂରଭଞ୍ଜ ବନ୍ଦକୁ ନେଇ ଜେଏମ୍‌ଏମ୍‌ର ପ୍ରସ୍ତୁତି ବୈଠକ

Advertisment
୨୪ ଅଗଷ୍ଟରେ ମୟୂରଭଞ୍ଜ ବନ୍ଦକୁ ନେଇ ଜେଏମ୍‌ଏମ୍‌ର ପ୍ରସ୍ତୁତି ବୈଠକ

Sambad

ରାଇରଙ୍ଗପୁର/ତିରିଂ:  ମୟୂରଭଂଜ ଜିଲ୍ଲା ତିରିଂ ବ୍ଲକ ବଡ଼ଡାଳିମା ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ ଯୋଗ ଦେଇଥିଲେ। ଝାରଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଚଳିତ ମାସ ୨୪ ଅଗଷ୍ଟ ତାରିଖରେ ବିଭିନ୍ନ ଦାବି ଗୁଡିକୁ ନେଇ ୨୪ ଘଣ୍ଟିଆ ମୟୂରଭଞ୍ଜ ବନ୍ଦର ଡାକରା ଦିଆଯାଇଛି। ଉକ୍ତ ବୈଠକରେ ବନ୍ଦକୁ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀମାନଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ବର୍ଷ ବର୍ଷ ଧରି ରାଜନୀତି କରି ଆସୁଛନ୍ତି। ବିକାଶ ନା ରେ ଆଦିବାସୀମାନଙ୍କୁ ଶୋଷଣ କରାଯାଉଅଛି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବିଜ୍ଞାପନ ଦେଇ ନିଜ ନିଜ ପ୍ରଚାର କରିବା ସହ ଆଦିବାସୀମାନଙ୍କ ବିକାଶ କରୁଥିବା ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ ହେବା ପରେ ମଧ୍ୟ ଆଦିବାସୀ ମାନେ ସେଗୁଡିକୁ ପାଇବା ଠାରୁ ବଂଚିତ ହୋଇଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଓଡିଶାରେ ୫ ଶହ ଟଙ୍କା, କିନ୍ତୁ ଝାରଖଣ୍ଡରେ ୧ ହଜାର ଟଙ୍କା ଆନ୍ଧ୍ରରେ ୨ ହଜାର ଟଙ୍କା ପଶ୍ମିମବଙ୍ଗ ୨୫ ଶହ ଟଙ୍କା ପ୍ରଦାନ କରାଯାଉଅଛି। ଏହି ପ୍ରକାର ବିଭିନ୍ନ ଅନିୟମିତତାକୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଘୋର ବିରୋଧ କରି ୧୫ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି।
ଏହି ଦାବିକୁ ସମର୍ଥନ ଜଣାଇ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଧ୍ରୁବରାଜ ନାଗ ଅଞ୍ଚଳବାସୀମାନଙ୍କୁ ନିବେଦନ କରିଥିଲେ। ତାଙ୍କ ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ବଦାମପାହାଡ଼ ଓ ଗୋରୁମହିଷାଣି ଲୁହା ଖଣିରେ ସ୍ଥାନୀୟ ଲୋକ ମାନଙ୍କୁ ନିଯୁକ୍ତି, ଖଣି ଖଦାନରେ ପରିପୂର୍ଣ ମୟୂରଭଞ୍ଜ ଜିଲ୍କାରେ ଶିଳ୍ପ ପ୍ରତିଷ୍ଠା, ସରକାରୀ ଡାକ୍ତରଖାନା ଗୁଡିକରେ ଚିକିତ୍ସକ ନିଯୁକ୍ତି, ଆଦିବାସୀମାନଙ୍କ ସାରନା ଧର୍ମ ପାଇଁ ସ୍ୱତନ୍ତ୍ର କୋଡ଼ ପ୍ରଦାନ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ, ସାନ୍ତାଳୀ, ହୋ ଏବଂ ମୁଣ୍ଡାରୀ ଭାଷାକୁ ରାଜ୍ୟରେ ଦ୍ଵିତୀୟ ରାଜଭାଷା ମାନ୍ୟତା ପ୍ରଦାନ, ସାନ୍ତାଳୀ ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ହିତାଧିକାରୀ ମାନଙ୍କୁ ମିଳୁଥିବା ଭତ୍ତା ଟଙ୍କାକୁ ବୃଦ୍ଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଟଙ୍କା ବୃଦ୍ଧି, ପ୍ରତ୍ୟକ ଗାଁ ଗୁଡିକରେ ଥିବା ଜାହିରା ଗୁଡିକର ଉନ୍ନତୀକରଣ କରିବା ସହ ଅନ୍ୟ ଦାବି ଗୁଡ଼ିକ ରହିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦିକୁ ମାରାଣ୍ଡି, ଯାଦବ ବାରିକ, ଏମଡି ଜାହିଦ, ସାନ ହାଁସଦା, ଶାଙ୍ଖଚରଣ ମାଝୀ, ଜେନା ସିଙ୍କୁ, ମଦନ ମାର୍ଣ୍ଡି, ଦାରା ସିଂହ ମୁଣ୍ଡା ସହ ଅନ୍ୟ ଜେଏମଏମ କର୍ମୀମାନେ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe