ସିଏମ୍‌ସି ଅଂଚଳରେ ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତ ଚିକିତ୍ସାଧୀନ: ଅନନ୍ୟା ଦାସ

ବଦଳିଲେ କମିସନର୍‌ ଅନନ୍ୟା ଦାସ, ନିଖିଲ୍‌ ପୱନ୍‌ କଲ୍ୟାଣ କଟକର ନୂଆ କମିସନର

କଟକ: ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କଟକ ମହାନଗର ନିଗମ (ସିଏମ୍‌ସି) ଅଂଚଳରେ ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ସିଏମ୍‌ସି କମିସନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି ଯେ, ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ୨୬୧ ଜଣ ସେହିଭଳି ୬୦ ବର୍ଷରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୨ ଜଣ।

ସିଏମ୍‌ସି କମିସନର କହିଛନ୍ତି, ଗତ ୮ରୁ ୧୪ ତାରିଖ ମଧ୍ୟରେ ୬୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୭ ପ୍ରତିଶତ ଅର୍ଥାତ ୧୬୫ ଜଣ କଣ୍ଟେନମେଣ୍ଟ ଜୋନରୁ। ଗୃହ ସଂଗରୋଧରୁ ୧୭୪ ଜଣ, ସରକାରୀ ସଂଗରୋଧରୁ ୧୨୭ ଜଣ ଓ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୧୨୭ ଜଣ।

କଟକ ସହରର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ କରୋନା ଟେଷ୍ଟିଂ ହେବ। ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଆଣ୍ଟିଜେନ, ଟ୍ରନାଟ ଓ ଆରଟିପିସିଆର ଟେଷ୍ଟିଂ ବଢ଼ିଛି। ୮ ଓ ୧୨ ରେ ୮ ପ୍ରତିଶତ ପଜିଟିଭ ବଢ଼ିଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜଟିଭ ସଂଖ୍ୟା ବଢ଼ିଛି। ଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଆମେ ଟେଷ୍ଟିଂ କରୁଛି। ମୋବାଇଲ ଟେଷ୍ଟିଂ ୟୁନିଟ ପହଂଚୁଛି। ଯେଉଁଠି ଜ୍ୱର, କାଶ, ରୋଗୀ ଅଛନ୍ତି, ସେଭଳି ସ୍ଥାନରେ ଗୁୁରତ୍ୱ ଦେଉଛୁ। ଫିଭର କ୍ଲଷ୍ଟର ଚିହ୍ନଟ କରୁଛୁ। ଏଭଳି ଆମେ ଅନେକ ସ୍ଥାନ ମିଳିଛି।

୫ଟି ପିଏଚସିରେ ଟେଷ୍ଟିଂ ଜାରି ରହିଛି। ଆଗାମୀ ଦିନରେ ଆହୁରି ୫ଟି ପିଏଚସିରେ ଟେଷ୍ଟିଂ ହେବ। ହୋମ ଆଇସୋଲେସନକୁ ବି ଗୁରୁତ୍ୱ ଦିଆଯାଉଛି। ଏଥି ପାଇଁ କମିଟି ଗଢ଼ାଯାଇଛି। ହୋମ ଆଇସୋଲେସନ ପାଇଁ କିଟ ଦିଆଯାଉଛି। ଲୋକଙ୍କୁ ସତେଚନ କରିବା ପାଇଁ ଆମେ ସେମିନାର ବଦଳରେ ୱେବିନାର ଆୟୋଜନ କରୁଛୁ। କରୋନାର ଆହୁରି ଭଲ ମୁକାବିଲା କରାଯିବ ସେନେଇ ଆଲୋଚନା ହେଉଛି। ଜ୍ୱର, କାଶ ହେଉଥିଲେ ଲକ୍ଷଣ ନ ଲୁଚାଇ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ ବୋଲି ଶ୍ରୀମତୀ ଦାସ ଅପିଲ କରିଛନ୍ତି। ଯୁବବର୍ଗ ସଚେତନ ହୁଅନ୍ତୁ ଏବଂ ଆବଶ୍ୟକ ନଥିଲେ ଘରୁ ନବାହାରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe