ନକ୍ସଲଙ୍କ ପ୍ରେସ ବିଜ୍ଞପ୍ତି: ୨୬ ଏନକାଉଣ୍ଟରରେ ଜଣେ ଗ୍ରାମବାସୀର ମୃତ୍ୟୁ ଅଭିଯୋଗ

Advertisment
ନକ୍ସଲଙ୍କ ପ୍ରେସ ବିଜ୍ଞପ୍ତି: ୨୬ ଏନକାଉଣ୍ଟରରେ ଜଣେ ଗ୍ରାମବାସୀର ମୃତ୍ୟୁ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ନଭେମ୍ବର ୨୬ ତାରିଖରେ ପୁଲିସ ଏନକାଉଣ୍ଟରରେ ଚାରିଜଣ ନକ୍ସଲ ମୃତ୍ୟୁବରଣ କରିଥିବା ନେଇ ପୁଲିସ ସୂଚନା ଦେଇଥିଲା। ଏହାର କିଛି ଦିନ ପରେ ନକ୍ସଲ ପ୍ରେସ ବିଜ୍ଞପ୍ତି ଜାରି କରି ଏହାର ସ୍ପଷ୍ଟୀକରଣ ଦେଇ ଚାରି ଜଣଙ୍କର ନାମ ନେଇ ଏମାନେ ଆମ ସଂଗଠନର ଡାକ୍ତରୀ ଟିମ ଥିଲେ ବୋଲି ସ୍ବୀକାର କରିଥିଲେ। ଏବେ ପୁଣି ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ୨୬ ତାରିଖରେ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ନକ୍ସଲ ଏବଂ ଜଣେ ଗ୍ରାମବାସୀର ମୃତ୍ୟୁ ହୋଇଥିବା କହିଛନ୍ତି। ପୁଲିସ ଜଣେ ଗୁରୁତର ରୋଗୀର ଚିକିତ୍ସା କରୁଥିବାବେଳେ ଡାକ୍ତରୀ ଟିମ ଉପରେ ଅଚାନକ ଚଢାଉ କରିଥିଲା।

ଯାହାଫଳରେ ସେମାନେ ନିଜର ରକ୍ଷା କରିପାରିନଥିଲେ। ଏହି ଚାରି ଜଣଙ୍କ ମଧ୍ୟରୁ ମାଓ ସଂଗଠନର ଏସିଏମ ତଥା ଡାକ୍ତରୀ ଟିମର ଇନଚାର୍ଜ ସୁକ୍କି,ପାର୍ଟି ମେମ୍ବର ମୁନ୍ନୀ ଏବଂ ଲାଲି। ଯେଉଁ ଗ୍ରାମବାସୀକୁ ନକ୍ସଲ କ୍ୟାମ୍ପରେ ରଖି ଚିକିତ୍ସା ହେଉଥିଲେ ପୁଲିସ ତାକୁ ମଧ୍ୟ ମାରିଦେଇଥିଲେ। ତେବେ ନକ୍ସଲଙ୍କର ଏଭଳି ଦୁଇଟି ପ୍ରେସ ବିଜ୍ଞପ୍ତିରେ ଦୁଇଟି ସ୍ବୀକାରୋକ୍ତି ଦେବାକୁ ନେଇ ପୁଲିସ ଉପରେ ସନ୍ଦେହ ସୃଷ୍ଟି କରାଯାଉଛି। ତେବେ ନକ୍ସଲ ପୁଲିସକୁ ମିଥ୍ୟା ସାବ୍ୟସ୍ତ କରିବା ପାଇଁ ଏଭଳି କରୁଥିବା କୁହାଯାଇଛି। ଏହି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍କୁଲ, କଲେଜ, ମେଡିକାଲ, ଆଶ୍ରମ ଇତ୍ୟାଦି ନଖୋଲାଯାଇ କେବଳ ପୁଲିସ ଛାଉଣୀ ନିର୍ମାଣ କରାଯାଉଛି। ଯାହାଫଳରେ ଦୁର୍ଗମ ଅଂଚଳରେ ବିକାଶ ସମ୍ଭବପର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe