ମନ୍ଦିର ବନ୍ଦ ଯୋଗୁ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଭକ୍ତ ନିରାଶ

ମନ୍ଦିର ବନ୍ଦ ଯୋଗୁ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଭକ୍ତ ନିରାଶ

Times of India

ଘୁ.ଉଦୟଗିରି: କରୋନା କଟକଣା ଯୋଗୁଁ ଦୀର୍ଘ ସାତ ମାସରୁ ଉର୍ଦ୍ଧ୍ବ ହେଲା ସମସ୍ତ ମନ୍ଦିର ବନ୍ଦ ରହିଛି। ସର୍ବସାଧାରଣଙ୍କ ଦର୍ଶନ ଉପରେ ଲଗାମ ଲାଗିଛି। କେବଳ ମନ୍ଦିର ରୀତିନୀତି ପୂଜାର୍ଚ୍ଚନା ଚାଲିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖା ଦେଉଛି।

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ଭାବେ ଗଣାଯାଏ। କାର୍ତ୍ତିକ ମାସରେ ମହିଳାମାନେ ହବିଷ ବ୍ରତ ପାଳନ କରିଥାନ୍ତି। ପ୍ରାୟତଃ ପୁରୀ ଯାଇ ସେଠାରେ ଦୀର୍ଘ ଏକ ମାସ ରହି ଏହି ବ୍ରତ ପାଳନ କରିଥାନ୍ତି।କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସ୍ଥାନୀୟ ସହରର ହବିଷ୍ୟାଳିମାନେ ପୁରୀ ଯାଇ ନ ପାରି ନିରାଶ ହୋଇ ନିଜ ସହରରେ ରହି ହବିଷ ବ୍ରତ ପାଳନ କରୁଛନ୍ତି। ପ୍ରତ୍ୟେକ ଦିନ ବଡ଼ିଭୋରୁ ଉଠି ନିତ୍ୟକର୍ମ ସାରି ସମସ୍ତ ମନ୍ଦିର ବୁଲି ଦିଅଁ ଦର୍ଶନ କରିବା ସହ ସକାଳ ଆଳତି ଦର୍ଶନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ସବୁଥିରୁ ବାଦ ପଡିବା ଯୋଗୁଁ ନିରାଶ ହୋଇ ମନ ଦୁଃଖରେ ଅଛନ୍ତି ଭକ୍ତଗଣ।

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ହେଲେ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଏକ ପ୍ରକାର ନିରାଶ ଭାବ ଦେଖାଦେଇଛି। ସାଧାରଣ ଭକ୍ତଙ୍କ ଯୁକ୍ତି ଅନୁସାରେ, ଗାଡି ମଟର ଦୋକାନ ବଜାର ପାର୍କ ସବୁ ଖୋଲିଲା ହେଲେ ମନ୍ଦିର ଖୋଲିବାକୁ କାହିଁକି ବାରଣ କରାଯାଉଛି। ଭକ୍ତଙ୍କ ଭାବାବେଶ ସହ କାହିଁକି ଖେଳା ଯାଉଛି। ରାଜ୍ୟ ସରକାର ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe