୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ; ବିଦ୍ୟାଳୟରେ ପାଠପଢ଼ା ହେବ ଠପ୍

Advertisment
୧୬ରୁ ସମୂହ ଛୁଟିରେ ରହିବେ ସବୁବର୍ଗର ପ୍ରାଥମିକ ଶିକ୍ଷକ; ବିଦ୍ୟାଳୟରେ ପାଠପଢ଼ା ହେବ ଠପ୍

ଭଦ୍ରକ:ଭଦ୍ରକ ଜିଲ୍ଳାର ସବୁ ବର୍ଗର ପ୍ରାଥମିକ ଶିକ୍ଷକମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେ଼ରେସନ ଆନୁକୁଲ୍ୟରେ ଏକତ୍ରିତ ହୋଇ ୩ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଳାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କର ଠିକା ସମୟ ୬ ବର୍ଷକୁ ଚାକିରିରେ ସାମିଲ କରି ୬ଟି ଇନ୍କ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ରଭୁକ୍ତ କରିବା ଏବଂ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଦାବି କରାଯାଇଛି। ଦ୍ଵିତୀୟତଃ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ଏବଂ ପୁରୁଣା ପେନସନ୍ ନୀତିର ପୁନଃ ପ୍ରଚଳନ ଦାବିରେ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ୩ ଦଫା ଦାବି ପୂରଣ ନିମନ୍ତେ ଗତ ନଭେମ୍ବର ମାସରେ ଭୁବନେଶ୍ଵରରେ ୪ ଦିନ ଧରି ଲକ୍ଷାଧିକ ଶିକ୍ଷକ ଧାରଣା ଦେଇଥିଲେ। ସରକାରଙ୍କର ମୁଖ୍ୟ ଶାସନ ସଚିବ ମହୋଦୟ ଲିଖିତ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶିକ୍ଷକମାନଙ୍କର ଦାବି ପୂରଣ ହେଲା ନାହିଁ।

ଉଚ୍ଚସ୍ତରୀୟ କମିଟି, ମନ୍ତ୍ରୀ ସ୍ତରୀୟ କମିଟି ଆଳରେ ୮ମାସ ବିତିଗଲାଣି କିନ୍ତୁ, ଶିକ୍ଷକଙ୍କ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଏଥର ଶିକ୍ଷକମାନେ ସରକାରଙ୍କର ଠକାମିର ଶିକାର ନହେବା ପାଇଁ ସବୁବର୍ଗର ଶିକ୍ଷକ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ଆସନ୍ତା ୧୬ ଅଗଷ୍ଟରୁ ସମୂହ ଛୁଟି ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଦ୍ଵାରା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ବ୍ୟବସ୍ଥା ଠପ୍ ହେବା ସହ ମଧ୍ୟାହ୍ନ ଭୋଜନ ବଣ୍ଟନ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି। ଆଜିର ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ନେତା ବାବୁଲା ରାଉତ, ସମୀର ଜେନା, ଚାରୁଲତା ମହପାାତ୍ର, ପ୍ରଶାନ୍ତ ବାରିକ, ରାଜେଶ ଦାସ, ଅରବିନ୍ଦ ଦୀକ୍ଷିତ, ପ୍ରଣୟ ମହାପାତ୍ର, ତବରେଜ ଖାନ୍, ପ୍ରମୋଦ କର, ନିଳାଦ୍ରୀ ତ୍ରିପାଠୀ, ରୂପକ ମିଶ୍ର, ବସନ୍ତ ଯେନା, ଗୟାଧର ଦାସ, ପ୍ରକାଶ ନାୟକ, ବିମଳ ଦାସ, ସନାତନ ଦାସ, ରାଧାଶ୍ୟାମ ବାରିକ, ଗିରିଧାରୀ ଚାନ୍ଦ, ଅରୁଣ ମଳିକ, ରମାକାନ୍ତ ଦାସ, ପ୍ରଭାସ ପଣ୍ଡା, ଧର୍ମେନ୍ଦ୍ର ଜେନା, ଅବଦୁଲ ରବ୍, ରଞ୍ଜନ ମହାନ୍ତି, ସନ୍ତୋଷ ଲେଙ୍କା, ମୁକ୍ତିକାନ୍ତ ପରିଡ଼ା, ସୁପ୍ରୀତି ଖୁଣ୍ଟିଆ, ପ୍ରଶାନ୍ତ ବେହେରା, ରୂପେଶ ସାହୁ, ଆଶିଷ କୁମାର ସାହୁ, ଚନ୍ଦ୍ରକାନ୍ତ ଶୁକ୍ଳ ପ୍ରମୁଖ ଦାବି ପୂରଣ ନିମନ୍ତେ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe