୨୪ରୁ ସମୂହ ଛୁଟିରେ ଯିବେ ବ୍ଲକର ପ୍ରାଥମିକ ଶିକ୍ଷକ

୨୪ରୁ ସମୂହ ଛୁଟିରେ ଯିବେ ବ୍ଲକର ପ୍ରାଥମିକ ଶିକ୍ଷକ

ଖୋର୍ଦ୍ଧା: ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଠିକା ନିଯୁକ୍ତି ଉଚ୍ଛେଦ, ୨୮୦୦ ଟଙ୍କା ଗ୍ରେଡ୍ ପେ ଓ ପୁରୁଣା ପେନ୍ସନ ବ୍ୟବସ୍ଥା ଲାଗୁ କରିବା ଆଦି ତିନି ଦଫା ଦାବି ପୂରଣ ନହେଲେ ଆସନ୍ତା ୨୪ ତାରିଖ ଠାରୁ ଜିଲ୍ଲାର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ । ଆଜି ସ୍ଥାନୀୟ ବାଟମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ପ୍ରାଥମିକ ଶିକ୍ଷକ ମହାସଂଘର ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି ।

ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ବୈଠକରେ ପ୍ରାଥମିକ ଶିକ୍ଷକ ସଂଘ ଖୋର୍ଦ୍ଧା ବ୍ଲକର ସଭାପତି ଯୁଧିଷ୍ଠିର ସାହୁ ଅଧ୍ୟକ୍ଷତା କରିଥିଲେ । ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ଆଲୋଚନା କରାଯାଇଥିଲା । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏହା ପୂରଣରେ କୌଣସି ଆନ୍ତରିକତା ଦେଖାଉନଥିବାରୁ କଡ଼ା ସମାଲୋଚନା କରାଯାଇଥିଲା । ବୈଠକର ଆଲୋଚନା ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ସରକାର ୨୦୦୧ ଠାରୁ ପର୍ଯ୍ୟାୟକ୍ରମେ ପ୍ରାଥମିକ ବିଦ୍ୟାଳୟ ସ୍ୱେଚ୍ଛାସେବୀ ଓ ଶିକ୍ଷାସହାୟକଙ୍କୁ ସରକାରୀ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । ସେମାନଙ୍କ ମୂଳ ୬ ବଷ କାର୍ଯ୍ୟକାଳକୁ ମୂଳ ଚାକିରେ ଗଣନା କରାଯାଇନାହିଁ । ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇନାହିଁ । ୨୦୧୭ ଡାରୁ ପ୍ରାଥମିକ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାକୁ ବୃଦ୍ଧି କରି ଯୁକ୍ତ ଦୁଇ ସିଟିକୁ ବୃଦ୍ଧି କରିଥିଲେ ମଧ୍ୟ ସେମାନଙ୍କ ଗ୍ରେଡ୍ ପେ ୨୮୦୦ ଟଙ୍କା ବୃଦ୍ଧି କରାଯାଇନାହିଁ । ଏନେଇ ରାଜ୍ୟ ମହାସଂଘ ପକ୍ଷଣୁ ୨୦୨୨ରେ ଭୁବନେଶ୍ୱରରେ ଧାରଣା ଆଦି ଦେଇଥିଲେ, କିନ୍ତୁ ଏଯାଏଁ ଏହି ଦାବିଗୁଡ଼ିକ ପୂରଣ ହୋଇନାହିଁ । ଏଣୁ ମଇ ୨୭ ତାରିଖ ଠାରୁ ଭୁବନେଶ୍ୱର ଠାରେ ଗଣଧାରଣା ଜାରି ରହିଛି । ଯଦି ଏହି ଦାବି ପୂରଣ ନହୁଏ ତେବେ ଜୁଲାଇ ୨୪ ତାରିଖ ଠାରୁ ସମୂହ ଛୁଟିରେ ଯିବା ସହ ଡ୍ରେସ୍ କୋଡ୍ ବର୍ଜନ କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ।

ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜଟଣୀ ଜିତ୍ ରଂଜନ ମହାପାତ୍ର, ସମ୍ପାଦକ ଆକାଶ କୁମାର ମହାନ୍ତି, ଖୋର୍ଦ୍ଧା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମୀୟ କୁମାର ପରିଡ଼ା, କାର୍ଯ୍ୟକାରୀ ସଭାପତି ବିଜୟଲକ୍ଷ୍ମୀ ପାଣି, ସହସମ୍ପାଦକ ଦିବ୍ୟସିଂହ ସୁବୁଦ୍ଧି, ଜ୍ୟୋତିମୟୀ ନାୟକ, ପ୍ରତାପ ସ୍ୱାଇଁ, ପ୍ରହ୍ଲାଦ ମହାରଣା, ସତ୍ୟବ୍ରତ ଚମ୍ପତ୍ତିରାୟ, ପୂର୍ଣ୍ଣଚନ୍ଦ୍ର ତରାଇ , କରୁଣାକର ସାହୁ, ରତ୍ନାବତୀ ସୁନ୍ଦରାୟ, ଅନିତାବାଳା ମହାପାତ୍ର, ସତ୍ୟଭାମା ସାହୁ, ଗୀତାଞ୍ଜଳି ବେହେରା, ସତ୍ୟଦର୍ଶିନୀ ତି୍ରପାଠୀ, ମନୋରମା ବେହେରା, ପ୍ରତିମା ଜେନା, ତପନ ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe