ରାତ୍ର ଜଗୁଆଳି ଆକ୍ରମଣରେ ଅଧ୍ୟକ୍ଷ ଗୁରୁତର, ଅଭିଯୁକ୍ତ ଗିରଫ 

Advertisment
ରାତ୍ର ଜଗୁଆଳି ଆକ୍ରମଣରେ ଅଧ୍ୟକ୍ଷ ଗୁରୁତର, ଅଭିଯୁକ୍ତ ଗିରଫ 

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ରାତ୍ର ଜଗୁଆଳି ଆକ୍ରମଣରେ ଅଧ୍ୟକ୍ଷ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ଅପରାହ୍ନ ଚାରିଟାରେ ଅଧ୍ୟକ୍ଷ ଡା. ସୁବାସ ଚନ୍ଦ୍ର ଦାସ((୫୭) ସମସ୍ତ କର୍ମଚାରୀଙ୍କୁ ନେଇ ବୈଠକ କରୁଥିଲେ। ପୂର୍ବଶତ୍ରୁତାକୁ ନେଇ ରାତ୍ର ଜଗୁଆଳି ଅଶୋକ ନାଏକ(୪୫) ଉତ୍ତେଜିତ ହୋଇ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ଗାଳିଗୁଲଜ କରି ଭୁଜାଲିରେ ଆକ୍ରମଣ କରିଥିଲା। ଅଶୋକ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା। ଜଗୁଆଳିଙ୍କ ଆକ୍ରମଣରେ ପ୍ରାଣ ଭୟରେ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ସମେତ ସମସ୍ତ କର୍ମଚାରୀ କବାଟ ବନ୍ଦକରି ରହିଥିଲେ। ଫୋନରେ ଥାନାକୁ ଜଣେଇବା ପରେ ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ଜଗୁଆଳି ଅଶୋକକୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ୪ ମାସ ପୂର୍ବରୁ ଶିକ୍ଷକ ରାମକୃଷ୍ଣ ପରିଛା(୪୭)ଙ୍କୁ ଆକ୍ରମଣ କରିଥିଲା। ଘଟଣାରେ ଏକ ମାମଲା ରୁଜୁ ସହିତ ଜଗୁଆଳି ଅଶୋକ ଗିରଫ ହୋଇଥିଲା। ଘଟଣାରେ ନିଲମ୍ବନ ଓ ଅଧା ଦରମା ପାଉଥିଲା।। ମାସକ ପୂର୍ବରୁ ଜଗୁଆଳି ଅଶୋକ କାର୍ଯ୍ୟରେ ଯୋଗଦାନ କରିଥିଲେ ମଧ୍ୟ ଆଚରଣ, କାର୍ଯ୍ୟରେ ଅବହେଳା ନେଇ ତାଗିଦ କରିଥିଲେ ମଧ୍ୟ ତାର କୌଣସି ପରିବର୍ତ୍ତନ ହେଉନଥିଲା। ଅଧା ଦରମା, ଛୁଟି ନଦେବା ନେଇ ଗାଳିଗୁଲଜ କରିବା ସହିତ ଉତ୍ତେଜିତ ଆଚରଣ ପ୍ରଦର୍ଶନ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe