ବାଲେଶ୍ବର ଜେଲରେ ଅଭାବନୀୟ ଘଟଣା: ବିଚାରାଧୀନ କଏଦୀଙ୍କ ଗଳାକାଟି ଆତ୍ମହତ୍ୟା ଉଦ୍ୟମ

Advertisment
ଜେଲ ଅଧିକାରୀ ଓ କର୍ମଚାରୀଙ୍କୁ ୟୁନିଫର୍ମ ବାବଦରେ ମିଳିବ ଟଙ୍କା

Telegraph

ବାଲେଶ୍ୱର: ବାଲେଶ୍ୱର ଜେଲରେ ରବିବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଚାରାଧୀନ ବନ୍ଦୀ ଖାଇବା ଚାମଚରେ ନିଜ ଗଳା ଓ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ବନ୍ଦୀଜଣକ ବସ୍ତା ଥାନା ମଥାନୀସ୍ଥିତ ପଣ୍ଡରୁଙ୍ଗୀ ଗ୍ରାମର କୁନା ଓରଫ ଲକ୍ଷ୍ମୀଧର ରାଉଳ(୩୧)।

publive-image

ମିଳିଥିବା ସୂଚନା ଆନୁଯାୟୀ, ୨୦୧୯ ଡିସେମ୍ବର ୨୪ ତାରିଖରେ ତାଙ୍କ ପତ୍ନୀ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏ ନେଇ କୁନାଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇ ତାଙ୍କୁ ଗିରଫ କରାଯାଇଥିଲା। ତେବେ ୬ ମାସ ଧରି ସେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଜେଲ ୱାର୍ଡରଙ୍କୁ ପରିସ୍ରା ଯିବାକୁ କହି ପାଇଖାନା ଭିତରୁ କବାଟ ବନ୍ଦ କରିଦେଇଥିଲେ। ପରେ ଦେଖିବା ବେଳକୁ ଏକ ଖାଇବା ଚାମଚ ସାହାଯ୍ୟରେ ହାତ କାଟୁଥିଲେ।

ଡ୍ୟୁଟିରେ ଥିବା ୱାର୍ଡରଜଣକ ସନ୍ଦେହରେ ସେଠାକୁ ଯାଇ ଏହି ଦୃଶ୍ୟ ଦେଖିବା ପରେ ଅଟକାଇଥିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କଏଦୀଜଣକ ପୁଣି ସେହି ଚାମଚରେ ନିଜ ବେକ କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜେଲ କର୍ତ୍ତୃପକ୍ଷ ବନ୍ଦୀଜଣଙ୍କୁ ତୁରନ୍ତ ଜିଲ୍ଲା ବଡ଼ ଡାକ୍ତରଖାନାକୁ ନେଇ ଆସିଥିଲେ। ସର୍ଜରି ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ କେହି ଘଟଣା ସମ୍ପର୍କରେ କିଛି ସୂଚନା ଦେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe