Free Press Journal
ନୟାଗଡ଼: ନୟାଗଡ଼ ସବ୍ ଜେଲ୍ରେ ଆଜି ଅପରାହ୍ନରେ ଜଣେ ବିଚାରଧୀନ କଏଦୀ ମନୋଜ ନାୟକ(୨୨) ଆତ୍ମହତ୍ୟା କରିଥିବା ଜଣାଯାଇଛି। ମନୋଜ ଅନ୍ୟ କଏଦୀଙ୍କ ଭଳି ଜଳଖିଆ ଓ ମଧ୍ୟାହ୍ନ ଭୋଜନ କରିଥିଲା। ମଧ୍ୟାହ୍ନ ଭୋଜନ ପରେ ଅନ୍ୟ କଏଦୀମାନେ ଶୋଇଯିବାର ସୁଯୋଗ ନେଇ ସ୍କାଟଲାଇଟ୍ରେ ଗାମୁଛା ବାନ୍ଧି ମନୋଜ ଆତ୍ମହତ୍ୟା କରିଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜଣେ କଏଦୀ ଆତ୍ମହତ୍ୟା କଲା, ଜେଲ୍ କର୍ତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ମନୋଜଙ୍କୁ ଦୁଷ୍କର୍ମ ଅଭିଯୋଗରେ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୁଲିସ ଗତ ରବିବାର ଦିନ ଗିରଫ ପରେ ଜେଲ୍ ହାଜତକୁ ପଠାଇଥିଲା। ଗତ ଫେବୃଆରି ୨୫ ତାରିଖରେ ମନୋଜ ନୂଆଗାଁ ଅଞ୍ଚଳରେ ଜଣେ ନାବାଳିକା(୧୭ ବର୍ଷ)ଙ୍କୁ ଅପହରଣ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ନୂଆଗାଁ ପୁଲିସକୁ ମନୋଜ ଲୁଚି ବୁଲୁଥିବା। କିନ୍ତୁ କରୋନା କଟକଣା ପାଇଁ ମନୋଜ ବେଶୀ ଦିନ ଲୁଚି ରହିବା ସମ୍ଭବ ହୋଇପାରିନଥିଲା। ଦୁଇ ଦିନ ତଳେ, ନୂଅଗାଁ ଛକ ନିକଟରେ ମନୋଜ ବୁଲାବୁଲି କରୁଥିବା ଖବର ପାଇବା ପରେ ତାଙ୍କୁ ଗିରଫ କରାଯାଇଥିବା ଆଇଆଇସି ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ଓ ପ୍ରାରମ୍ଭିକ ତଦନ୍ତ ପରେ ମୃତ କଏଦୀଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଜେଲ୍ ସୁପରିନଟେଣ୍ଟେଟ୍ କହିଛନ୍ତି।
Follow Us