ପୁରସ୍କାର ଘୋଷିତ ୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପିଙ୍କ ସମ୍ମୁଖରେ ସେମାନେ ଆତ୍ମସମର୍ପଣ କରିଛନ୍ତି...

naxal surrender

naxal surrender Photograph: (sambad.in)

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଭରତ କୁମାରଙ୍କ ସମ୍ମୁଖରେ ସେମାନେ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ଡିଭିସିଏମ ତଥା ସଚିବ ଗାନ୍ଧୀ ତାତି ଅରଫ ଅରବ ଅରଫ କମଲେଶ(୩୫),ଡିଭିଜନ କମିଟି ସଦସ୍ୟ ମେନୁ ଅରଫ ହେମଲାଲ(୩୫),ରଞ୍ଜିତ ଲେକାମି ଅରଫ ଅର୍ଜୁନ(୩୦) ଏବଂ କୋସି ଅରଫ କାଜଲ(୨୮)।

ସମସ୍ତ ନକ୍ସଲଙ୍କ ଉପରେ  ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ। ସେମାନେ ଗତ ୨୦୦୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ।

ଛତିଶଗଡର ବହୁ ହିଂସାରେ ସେମାନେ ସାମିଲ ଥିବା ସ୍ବୀକାର କରିଛନ୍ତି। ଲଗାତାର ପୁଲିସ ଦ୍ବାରା ଚଢାଉରେ ସେମାନେ ଭୟଭୀତ ହୋଇ ଆତ୍ମସମର୍ପଣ କରିଛନ୍ତି। ଏଥିସହ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଦ୍ବାରା ପ୍ରଭାବିତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

ସଂଗଠନରେ ଆଉ କୌଣସି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନଥିବା ଜାଣିବା ପରେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବାର ଚିନ୍ତା କରି ଆତ୍ମସମର୍ପଣ କରିଥିବା କହିଛନ୍ତି। ସଂଗଠନ ଧିରେ ଧିରେ ଦୁର୍ବଳ ହେବାକୁ ଲାଗୁଥିବାରୁ ଆଗାମୀ ଦିନରେ ଆହୁରି ଅନେକ ନକ୍ସଲ ସଂଗଠନ ଛାଡିବେ ବୋଲି କୁହାଯାଇଛି।

ପ୍ରଶାସନ ତରଫରୁ ସମସ୍ତଙ୍କୁ ୨୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଅଧିକ ପଢ଼ନ୍ତୁ: ଗ୍ରାହକ ଜମା କରିଥିବା କଏନକୁ ଗଣିବା ପାଇଁ କର୍ମଚାରୀଙ୍କୁ ଲାଗିଲା ୫ଘଣ୍ଟାର ସମୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe