ବେଙ୍ଗାଲୁରୁ - ହଟିଆ ସୁପରଫାଷ୍ଟ ଚକା ଜାମ୍‌, ଅଳ୍ପକେ ଅଘଟଣ ଟଳିଲା

ବେଙ୍ଗାଲୁରୁ - ହଟିଆ ସୁପରଫାଷ୍ଟ ଚକା ଜାମ୍‌, ଅଳ୍ପକେ ଅଘଟଣ ଟଳିଲା

ବାମରା: ବୁଧବାର ଦିନ ଝାରସୁଗୁଡ଼ାରୁ ରାଉରକେଲା ଅଭିମୁଖେ ଯାତ୍ରା କରୁଥିବା ୧୮୬୩୮ ଡାଉନ୍‌ ବାଙ୍ଗାଲୁରୁ-ହାଟିଆ ସୁପର୍‌ଫାଷ୍ଟ ଟ୍ରେନ୍‌ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଛି। ପ୍ରାପ୍ତ ସୂଚନାନୁସାରେ ସକାଳ ପ୍ରାୟ ୮.୩୫ରେ ଟ୍ରେନ୍‌ ଧରୁଆଡିହି ଷ୍ଟେସନ ଅତିକ୍ରମ କରିବା ପରେ ଚଳନ୍ତା ଟ୍ରେନର ଚକରୁ ପ୍ରବଳ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଟ୍ରେନ୍‌ର ଗାର୍ଡ ମଧ୍ୟ ଏହା ଦେଖି ତୁରନ୍ତ ଲୋକୋପାଇଲଟ୍‌ଙ୍କୁ ଅବଗତ କରିଥିଲେ। ଫଳରେ ଟ୍ରେନ ଆସି ବାମରାରେ ପହଞ୍ଚିବା ପରେ ଆପାତକାଳୀନ ସ୍ଥିତି ଅନୁଧ୍ୟାନ କରି ଗାଡ଼ିକୁ ସାମୟିକ ଭାବେ ଅଟକାଯାଇଥିଲା।

ବାମରାରେ କାର୍ଯ୍ୟରତ ସିଆଣ୍ଡଡବ୍ଲୁ କର୍ମଚାରୀମାନେ ପହଞ୍ଚି ଚକରେ ଲାଗିଥିବା ବ୍ରେକ ସୁ’ଗୁଡ଼ିକୁ ହୁଗୁଳା କରିବା ସହ ନୂଆ ଯନ୍ତ୍ରପାତି ଖଞ୍ଜି ଠିକ୍‌ କରିଥିଲେ। ପ୍ରାୟ ୪୫ ମିନିଟ ଧରି ବାମରା ଷ୍ଟେସନ୍‌ରେ ଗାଡ଼ି ଅଟକି ରହିବା ପରେ ସକାଳ ୯.୨୦ରେ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲା। ତେବେ ଏଥି ପାଇଁ ମୁମ୍ବାଇ-ହାୱଡ଼ା ଗୀତାଞ୍ଜଳି ସୁପରଫାଷ୍ଟର ମଧ୍ୟ କିଛି ସମୟ ଅଟକି ରହିଥିଲା। ଯଦ୍ବାରା ଉଭୟ ଟ୍ରେନର ଯାତ୍ରୀମାନେ ହଇରାଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe