ଆକର୍ଷଣ ହରାଉଛି ଦୈତାରି ଡ୍ୟାମ

Advertisment
ଆକର୍ଷଣ ହରାଉଛି ଦୈତାରି ଡ୍ୟାମ

ଦୈତାରି: ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତରେ ଥିବା ଦୈତାରି ଡ୍ୟାମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅତିଥିଭବନ ଭାଙ୍ଗିରୁଜି ଯାଇଥିବା ବେଳେ ଫଳ ବଗିଚାଟି ନଷ୍ଟ ହୋଇଗଲାଣି। ତେଣୁ ଏଠାକୁ ପର୍ଯ୍ୟଟକମାନେ ଆଉ ଆଗଭଳି ଆସୁ ନାହାନ୍ତି।
ନୀଳ ଜଳରାଶି, ନିକଟରେ ଥିବା ଫଳ ବଗିଚା ଏବଂ ପ୍ରାକୃତିକ ‌ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଶୀତଦି‌ନେ ଦୈତାରି ଡ୍ୟାମରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଲୋକେ ଏଠାରେ ବୁଲାବୁଲି କରିବା ସହ ଫଳ ବଗିଚାରେ ବଣଭୋଜି କରୁଥିଲେ। ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକାର ଅତିଥିଭବନରେ ବିଶ୍ରାମ ନେଉଥିଲେ। କେବଳ ପର୍ଯ୍ୟଟକ ଏଠାକୁ ଆସୁ ନଥି‌ଲେ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ ସୁଟିଂ ପାଇଁ ନାୟକ, ନାୟିକାଙ୍କ ଏଠାରେ ଭିଡ଼ ଜମୁଥିଲା। ବର୍ତ୍ତମାନ ଏଠାକୁ ପର୍ଯ୍ୟଟକଙ୍କ ଆସିବା ହ୍ରାସ ପାଇଛି।

ରକ୍ଷଣାବେକ୍ଷଣ ଅଭାବରୁ ଅତିଥିଭବନ ଭାଙ୍ଗିରୁଜି ଗଲାଣି। ଫଳ ବଗିଚାଟି ନଷ୍ଟ ହୋଇଗଲାଣି। ଡ୍ୟାମ୍‌କୁ ଯିବାପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ଡ୍ୟାମ୍‌ରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିର୍ମିତ ହୋଇଥିଲା ସୁରକ୍ଷାବାଡ଼। ଏହାର ଲୁହା ପାଇପ୍‌କୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏହାଛଡ଼ା ଦୈତାରି ଡ୍ୟାମର ପାରିପାର୍ଶ୍ବିକ ବିକାଶ ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେନ୍ଦୁଝର ଜିଲ୍ଲା ପ୍ରଶାସନ ଡ୍ୟାମକୁ ଭଲ ରାସ୍ତା ନିର୍ମାଣ, ଅତିଥିଭବନର ମରାମତି, ଫଳ ବଗିଚାର ପୁନରୁଦ୍ଧାର ସାଙ୍ଗକୁ ପାରିପାର୍ଶ୍ବିକ ବିକାଶ କରାଗଲେ ଏଠାରେ ଆଗଭଳି ପର୍ଯ୍ୟଟକଙ୍କ ଭିଡ଼ ଜମି‌ବ ବୋଲି ସ୍ଥାନୀୟ ଲୋ‌କେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe