ଦୁର୍ଗମ ଅଞ୍ଚଳର ରୁଗଣ୍ ବିଦ୍ୟାଳୟ: ଗୋଟିଏ କକ୍ଷରେ ୮ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ

ବିଦ୍ୟା​ଳୟ, ସ୍ବାସ୍ଥ୍ୟକେନ୍ଦ୍ର କାମ କରିପାରିଲାନି ପଞ୍ଚାୟତିରାଜ ସଂସ୍ଥା, ଅଢେଇ ବର୍ଷ ପରେ ପୁଣି ନିଷ୍ପତ୍ତି ବଦଳାଇଲେ ସରକାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଏବଂ ନକ୍ସଲ ପ୍ରବଣ ଭାବେ ଚିତ୍ରକୋଣ୍ଡା ବ୍ଲକ ଅନ୍ୟତମ।ଏହି ବ୍ଲକର ସମସ୍ତ ୧୮ଟି ପଞ୍ଚାୟତ ଅତି ଦୁର୍ଗମ ଅଂଚଳରେ ରହିଛି। ଏଠାରେ ଶିକ୍ଷାର ବ୍ୟବସ୍ଥା କିପରି ଥିବାତାହା ସହଜରେ ଅନୁମେୟ। ଏହି ଅଂଚଳରେ ଥିବା ସ୍କୁଲଗୁଡିକ ଅତି ରୁଗଣ୍ ଅବସ୍ଥାରେ ରହିଛି। ଏଠାରେ ସ୍କୁଲ ଗୃହ ଥିଲେ ଶିକ୍ଷକ ନଥିବା ବେଳେ ଶିକ୍ଷକ ଥିଲେ ପିଲା ନାହାନ୍ତି।ଏପରି ଚାଲିଛି ଶିକ୍ଷାଦାନ। ଏନେଇ ବିଭାଗ ମଧ୍ୟ ଅବଗତ ରହିଛି।କିନ୍ତୁ ଏହାର ସମାଧାନ କେହି କରିବାକୁ ଏକ ପ୍ରକାର ଅସହାୟ ପରି ମନେ ହେଉଛି। ଏଭଳି ଏକ ସ୍କୁଲ ପରିଦର୍ଶନ କରିବା ବେଳେ ଆମେ ଦେଖିଲୁ ସେହି ସ୍କୁଲ ରୁଗଣ୍ ଅବସ୍ଥା।ସ୍କୁଲଟି ହେଲା ଚିତ୍ରକୋଣ୍ଡା ବ୍ଲକର ନୂଆଗୁଡା ପଞ୍ଚାୟତର ଚିଡିପାକା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ୮୧ ଜଣ ପିଲା ଅଧ୍ୟୟନ କରୁଛନ୍ତି। ଏହି ନୂଆଗୁଡା ପଞ୍ଚାୟତ ଠାରୁ ଅତି ଦୁର୍ଗମ ଅଂଚଳର ପ୍ରାୟ ୧୦ କିଲୋମିଟର ଦୁରରେ ରହିଛି।

ସେହିପରି ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାରୁ ପ୍ରାୟ ୨୫ କିଲୋମିଟର ଦୁରରେ ରହିଛି।ଏହି ବିଦ୍ୟାଳୟରେ ୨ ଜଣ ଶିକ୍ଷକ ୮ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି। ସ୍କୁଲ ଗୃହ ନାହିଁ। ଗୋଟିଏ ମାତ୍ର ସ୍କୁଲ ଗୃହ ରହିଛି ଯାହାକି ସୁରକ୍ଷିତ।ଅନ୍ୟ ଗୃହଗୁଡିକ ଭଗ୍ନ ଅବସ୍ଥାରେ ପଡି ରହିଛି। କୌଣସି ମୁହର୍ତ୍ତରେ ଏହି ସ୍କୁଲ ଗୃହଗୁଡିକ ଭାଙ୍ଗିଯିବାର ସମ୍ଭାବନା ରହିଛି।ଗୋଟିଏ କକ୍ଷରେ ୮ଟି ଶ୍ରେଣୀର ପିଲା ପାଠ ପଢୁଥିବା ବେଳେ କିପରି ଶିକ୍ଷାଦାନ ହେଉଥିବା ତାହା ସ୍ପଷ୍ଟ ବାରି ହୋଇପଡୁଛି।ଏହି ସ୍କୁଲର ପାଚେରୀ ନଥିବା ବେଳେ ଏକ ଭଙ୍ଗା ଗେଟ ରହିଛି।ଗାଁର ସମସ୍ତ ଅଳିଆ ଆବର୍ଜନା ପାଣି ସ୍କୁଲ ହୋତା ଭିତରେ ଭର୍ତ୍ତି ହେଉଛି।ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଗ୍ରାମବାସୀଙ୍କ ସହ ଏନେଇ ଆଲୋଚନା କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି।ସେହିପରି ଏହି ବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ପାଇଁ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣୁନଥିବା ଜଣାପଡିଛି।ସେହି ସ୍କୁଲ ପରିସର ଏଭଳି ଅବସ୍ଥାରେ ଅଛି ଯେ କେହି ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ।ପରିବେଶ ଦୂଷିତ ହେବା ସହ ଅନାବନା ଗଛ ଉଠି କୃତ୍ରିମ ଜଂଗଲ ସୃଷ୍ଟି ହୋଇଛି।

ଏହି ବିଦ୍ୟାଳୟ ଏତେ ରୁଗଣ୍ ଅବସ୍ଥାରେ ଦୀର୍ଘ ଦିନ ହେଲା ପଡି ରହିଥିଲେ ମଧ୍ୟ ନା ଗ୍ରାମବାସୀଙ୍କର ଚିନ୍ତା ଅଛି ନା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁଛି।ଶିକ୍ଷାର ପ୍ରସାର ପ୍ରଚାର ପାଇଁ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଥିବା ବେଳେ ଦୁର୍ଗମ ଅଂଚଳରେ ରହିଥିବା ସ୍କୁଲଗୁଡିର ଅବସ୍ଥା ଅତି ଶୋୟନୀୟ ହୋଇପଡିଛି।ଏହି ସ୍କୁଲଗୁଡିକର ମଧ୍ୟ ୫-ଟିରେ ରୁପାନ୍ତିକରଣ ହେବା ଉଚିତ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।ଏନେଇ ନୂଆଗୁଡାର ସିଆରସିସି କୃଷ୍ଣକାନ୍ତ ସରଦାରଙ୍କୁ ପଚାରିବାରୁ ସେ ଏ ସ୍କୁଲରେ ରହିଥିବା ସମସ୍ୟା ସଂପ୍ରକରେ ଅବଗତ ରହିଥିବା ସହ ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା କହିଥିଲେ।ସେହିପରି ଚିତ୍ରକୋଣ୍ଡା ବିଇଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିବାରୁ ତାଙ୍କ ପ୍ରତିକ୍ରିୟା ଏଠାରେ ଦିଆଯାଇପାରି ନାହିଁ। ତେବେ ଏହି ସ୍କୁଲର ଭାଗ୍ୟ କେବେ ବଦଳୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe