କୁନ୍ଦା ଓ ମାର୍ଦ୍ଦିଗୁଛାରେ ଲଟକିଛି ବିକାଶ

Advertisment
କୁନ୍ଦା ଓ ମାର୍ଦ୍ଦିଗୁଛାରେ ଲଟକିଛି ବିକାଶ

ଖଜୁରୀପଡ଼ା : ଖଜୁରୀପଡ଼ା ବ୍ଲକ୍‌ ସଦରମହକୁମା ଠାରୁ ମାତ୍ର ୭କିଲୋମିଟର ଦୂରରେ ଥିବା ଗାଁ କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ରାସ୍ତାଘାଟ, ପାନୀୟଜଳ ଓ ବିଜୁଳି ଭଳି ଅତ୍ୟାବଶ୍ୟକ ମୌଳିକ ସୁବିଧା ନଥିବା ବେଳେ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧି ଏହାର ସମାଧାନ ଦିଗରେ ଧ୍ୟାନ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। କୁନ୍ଦା ଗ୍ରାମର ପ୍ରେମାନନ୍ଦ ମାଝୀ, ପ୍ରଭାତ ମାଝୀ, ପିତାମ୍ବର ମାଝି, ଦୁଃଶାସନ ମାଝୀ, ଓ ମାର୍ଦ୍ଦିଗୁଛା ଗ୍ରାମର ସନାତନ ମଳିକ, ବିଶ୍ବମ୍ବର ମଳିକ, ଦଶରଥ ମାଝୀ ପ୍ରମୁଖଙ୍କ କହିବା ପ୍ରକାରେ ଭଲ ରାସ୍ତା ନଥିବାରୁ ଗ୍ରାମର ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଓ ସ୍ବାସ୍ଥ୍ୟକର୍ମୀ ଗ୍ରାମକୁ ଆସିବାକୁ ପଛଘୁଞ୍ଚା ହେଉଛନ୍ତି।

ତେବେ ସେ ଯାହା ହେଉନା କାହିଁକି ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ଏଦିଗରେ ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଛି। ହେଲେ ସମାଧାନ ଶୁନ୍। ନିକଟରେ ଥିବା କୁନ୍ଦା, ଦାରେଜୁ, ବାଟଲି ଓ ମୁଣ୍ଡାବଡି ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀଙ୍କ ବି ଏଭଳି ସମାନ ଅବସ୍ଥା। ମାର୍ଦ୍ଦିଗୁଛା ଗ୍ରାମରେ ୨ଶହରୁ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି l ପାଞ୍ଚଟି ସାହିର ବସବାସ କରୁଥିବା ଲୋକଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ଓ ଗୋଟିଏ କୂଅ ରହିଛି।

publive-image

ହେଲେ ଗ୍ରୀଷ୍ମ ଦିନରେ ଉଭୟ ନଳକୂପ ଓ କୂଅ ଶୁଖିଲା ପଡୁଛି। ଫଳରେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଏନେଇ ଗୁହାରି କଲେ ଜନପ୍ରତିନିଧି କିମ୍ବା ପ୍ରଶାସନ କେହି ବି ଶୁଣୁନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ସେହିଭଳି ଗ୍ରାମକୁ ସୋଲାର ଲାଇଟ୍‌ ଯୋଗାଣ ହୋଇଥିଲେ ମଧ୍ୟ ତାହା ଅଚଳ ହୋଇ ରହିଛି। ଗ୍ରାମକୁ ନିତିଦିନିଆ ରାସ୍ତା ନଥିବାରୁ ବିପଦ ପରିସ୍ଥିତିରେ ଆମ୍ବୁଲାନ୍ସ ଟିଏ ଆସିବା କାଠିକର ହୋଇଛି। ତେଣୁ ପ୍ରଶାସନ ଗ୍ରାମବାସୀଙ୍କ ଏଭଳି ଦୂରାବସ୍ଥାର ସମାଧାନ ଦିଗରେ ଉଦ୍ୟମ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe