ଜଗନ୍ନାଥସାଗର ଜଳନିଷ୍କାସନ ପାଇଁ କେତେ ଦିନ ଲାଗିବ

Advertisment
ଜଗନ୍ନାଥସାଗର ଜଳନିଷ୍କାସନ ପାଇଁ କେତେ ଦିନ ଲାଗିବ

ଜୟପୁର: ଜଗନ୍ନାଥ ସାଗର ଜଳ ନିଷ୍କାସନ ପାଇଁ ବର୍ଷେ ହେଲା ଚାଲିଛି ପ୍ରୟାସ। ତଥାପି ସରିବା ନାଁ ଧରୁନି। କେତେବେଳେ ଖୋଳା ହେଉଛି ତ ଆଉ କେତେବେଳେ ପୋତା ଯାଉଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି। ଏହା ଏନଜିଟିର ନିର୍ଦ୍ଦେଶ ଭୟ ନାଁ ସାଗରର ପୁନଃରୁଦ୍ଧାର ନାଁରେ ପୂର୍ବରୁ ହୋଇଥିବା ସ୍କାମ ଭଳି ଆଉ କିଛି ତାହା ବୁଝାପଡୁନି। ସାଧାରଣରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଲେକମ୍ୟାନ ଆନନ୍ଦ ମାଲିଗା‌ଭଡେ ଗସ୍ତ ସମୟରେ ସ୍ପଷ୍ଟଭାବେ କହିଥିଲେ ସାଗରରୁ ଜଳ ନିଷ୍କାସନ କରିବାର ରହିଛି ତେବେ ଗୋଟିଏ ଥରକରେ କରାଯାଉ। ନଚେତ ଅତ୍ୟାଧୁନିକ ଯନ୍ତ୍ରାଂଶ ଆଣି ଦଳ ଓ ପଙ୍କ ଉଦ୍ଧାର କରାଯାଉ। ତଳଭାଗରେ ଚିରସ୍ରୋତା ଉତ୍ସ ଥିବାରୁ ନିଷ୍କାସନ ବେଳେ ଭରିଯିବା ଆନନ୍ଦ ସଂଦେହ କରିଥିଲେ। ତାଙ୍କ ପରାମର୍ଶ କ୍ରମେ ଡିପିଆର ପ୍ରସ୍ତୁତ କରି ଯନ୍ତ୍ରାଂଶ ବଦଳରେ ଦଳ ସଫା ମେସିନ୍ ଲଗାଇ ଲକ୍ଷାଧିକ ଟଙ୍କା ଦୁଇଥର ଖର୍ଚ୍ଚ କରାଯାଇଛି।

ଏବେ ଜଳ ନିଷ୍କାସନ ପାଇଁ ସାଗରର ଚାରିପଟେ ମନଇଚ୍ଛା ଗାତ ଖୋଳିବା ଏବଂ ପୋତିବା କାମ ଜାରି ରହିଛି। ଏହି ସ୍ଥିତିରେ ଜଳ ନିଷ୍କାସନ ହେଉଥିବା ଜୟନଗର -ପଂଚାନନ ମନ୍ଦିର ରାସ୍ତା ଦବି ଯିବା ସହ ରାସ୍ତାରେ ଭାରିଯାନ ଚଳାଚଳ ନିଷେଦ୍ଧ କରାଯାଇଛି। ଏତେ ଟଙ୍କା ଖର୍ଚ୍ଚ ଏବଂ ସମୟ ଅପଚୟ କରିବା ବଦଳରେ ଦୀର୍ଘ ମିଆଦ ଓ ଦୂରଦୃଷ୍ଟି ଚିନ୍ତା କରି କାହିଁକି ସାଗରରୁ ଜଳନିଷ୍କାସନ କରାଯାଉନି ବୋଲି ପ୍ରଶ୍ନ ଉଠିଛି। ଯଦି ଦଳ ସଫା କରିବାର ଥିଲା ତେବ‌େ ଏକା ସହ ଦଳ ସଫା ଓ ନିଷ୍କାସନ କରିବାର ରହିଥିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe