ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

Advertisment
ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ

www.fmuniversity.nic.in

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ଶନଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନର ବରିଷ୍ଠ ପ୍ରାଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି | ମାନ୍ୟବର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେସୀ ଲାଲ ଏହି ନିଯୁକ୍ତି ଦେଇଛନ୍ତି |

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆସନ୍ତା ଚାରିବର୍ଷ ପାଇଁ ଏହି ପଦବୀରେ ରହିବେ | ଓଡିଶା ୟୁନିଭରସିଟି (ସଂଶୋଧନ) ଅଧିନିୟମ ୨୦୨୦ ର ସବ୍ ସେକ୍ସନ୍ (୭) ସହିତ ସବ୍ ସେକ୍ସନ୍ (୧) ଦ୍ୱାରା ମାନ୍ୟବର ରାଜ୍ୟପାଳ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ କୁଳପତି ଭାବରେ ନିଯୁକ୍ତ କରିଛନ୍ତି।

publive-image

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ ଏବଂ ଆଇଆର ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ୩୦ ବର୍ଷରୁ ଅଧିକ ଦିନଧରି ଶିକ୍ଷାଦାନ ଅଭିଜ୍ଞତା ଅଛି। ସେ ୧୦ଟି ପୁସ୍ତକ ରଚନା କରିଛନ୍ତି, ୧୭ଜଣ ପିଏଚଡି ଏବଂ ୪୦ ଜଣ ଏମଫିଲ ଛାତ୍ରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe