ଆର୍‌ଇସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୋମନାଥଙ୍କ ପରଲୋକ

ଆର୍‌ଇସିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୋମନାଥଙ୍କ ପରଲୋକ

Sambad

ରାଉରକେଲା: ରାଉରକେଲା ଯାନ୍ତ୍ରିକ ମହାବିଦ୍ୟାଳୟ (ଆର୍‌ଇସି) ବର୍ତ୍ତମାନ ଏନ୍ଆଇଟିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୋମନାଥ ମିଶ୍ରଙ୍କ ପରଲୋକ ହୋଇଯାଇଛି। ସେ ଜଣେ ସୁନାମଧନ୍ୟ ଶିକ୍ଷାବିତ୍‌ ଥିଲେ। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)କୁ ରାଉରକେଲା ସହରରେ ପ୍ରତିଷ୍ଠା କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ବିୟୋଗ ଶିକ୍ଷାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ବର୍ଗତ ମିଶ୍ର ଜଣେ ମହାନ୍‌ ଦୂରଦ୍ରଷ୍ଟା ଭାବେ ଭାରତବର୍ଷରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗରେ ସହର ବିଭିନ୍ନ ସାଂସ୍କୃତିକ, ସାମାଜିକ ସଙ୍ଗଠନ ମହଲରେ ଶୋକର ଛାୟା ଖେଳିଯାଇଛି। ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟଙ୍କ ସମେତ ବହୁ ରାଜନୈତିକ ଦଳର ନେତା, ଆଇନଜୀବୀ, ବୁଦ୍ଧିଜୀବୀ ଶୋକବ୍ୟକ୍ତ କରିଛନ୍ତି।

ଶ୍ରୀ ରାୟ କହିଛନ୍ତି, ଆର୍‌ଇସିର ମୁଖ୍ୟ ଭାବେ ଏହି ରିଜିଓନାଲ ଇଞ୍ଜିନିୟରିଂ କଲେଜ ଏକ ସ୍ବତନ୍ତ୍ର ପରିଚୟ ଭାରତବର୍ଷରେ ସୃଷ୍ଟି କରି ପାରିଥିଲା। ବିଦେଶୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଥିଲେ। ସ୍ବର୍ଗତ ମିଶ୍ରଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀୟ ରାୟ କହିଛନ୍ତି। ବିଜେପିର ବରିଷ୍ଠ ନେତା ନିହାର ରାୟ, ଉତ୍କଳ ସମ୍ମିଳନୀର ସୁଦାମ ଦାଶ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ରଙ୍କ ସମେତ ଅନ୍ୟମାନେ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe