‘ପ୍ରକୃତ ଭାରତବର୍ଷକୁ ଜାଣିବା ଓ ସମସ୍ତଙ୍କୁ ଜଣାଇବା ପାଇଁ ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଛି’

Advertisment
‘ପ୍ରକୃତ ଭାରତବର୍ଷକୁ ଜାଣିବା ଓ ସମସ୍ତଙ୍କୁ ଜଣାଇବା ପାଇଁ ଅଧିକ କ୍ରିୟାଶୀଳତାର ଆବଶ୍ୟକତା ରହିଛି’

Sambad

ଭୁବନେଶ୍ୱର: ସ୍ବାଧୀନତାରୁ ସ୍ବତନ୍ତ୍ରତାକୁ ପହଞ୍ଚିବାକୁ ହେଲେ ଆମକୁ କ୍ରିୟାଶୀଳ ହେବାକୁ ପଡିବ। ସେଥିପାଇଁ ଆମର ପ୍ରତ୍ୟେକ କାର୍ଯ୍ୟରେ ଆମ ବିଚାରର ସ୍ପଷ୍ଟତା ରହିବା ଦରକାର। କ୍ରିୟାଶୀଳ ସହ ଚିନ୍ତାଶୀଳ ମଧ୍ୟ ଆମେ ହେବା ଦରକାର। ଆମେ ପ୍ରଥମେ ଆମ ରାଷ୍ଟ୍ର ଭାରତବର୍ଷକୁ ଭଲଭାବେ ଜାଣିବା ଦରକାର। ତାପରେ ଆମର ଭାଇବନ୍ଧୁ ସାଙ୍ଗସାଥି, ପଡୋଶୀ, ଗାଁ ସାହିବସ୍ତି, ଅଞ୍ଚଳବାସୀଙ୍କୁ ମଧ୍ୟ ଜଣାଇବା ଦରକାର। ଦୀର୍ଘବର୍ଷ ହେଲା ଆମକୁ ଆମ ଭାରତବର୍ଷର ଭୁଲ ଇତିହାସ ପଢିବାକୁ ଦିଆଯାଇଛି। ଆମ ମହାନ ସପ୍ସସ୍କୃତି ପରମ୍ପରାକୁ ବିକୃତ କରି ଆମ ଆଗରେ ଥୁଆଯାଇଛି। ପ୍ରାୟ ହଜାରେ ବର୍ଷର ବିଦେଶୀ ଶାସନର ଇତିହାସକୁ ଆମର ଗୋଲାମି ବା ପରାଧିନତା କହି ଆମ ଉପରେ ଲଦି ଦିଆଯାଇଛି, ହେଲେ ହଜାରେ ବର୍ଷ ପୂର୍ବର ଆମ ସୁବର୍ଣ୍ଣ ଇତିହାସକୁ ଆମଠୁ ଦୂରେଇ ରଖାଯାଇଛି। ଆମେ କେତେ ପରାଧୀନ ହୋଇଛୁ ଆଉ ପରାଜିତ ହୋଇଛୁ, ତାର ଇତିହାସକୁ ଆମ ମସ୍ତିଷ୍କରେ ଭରି ଦିଆଯାଇଛି, ହେଲେ ଆମର ବିଜୟ ଓ ବୀରତ୍ବର ଗାଥାକୁ ସଙ୍କୁଚିତ କରି ଦିଆଯାଇଛି। ଅର୍ଥନୀତି, ବିଜ୍ଞାନ, ଚିକିତ୍ସା ବା କାରୀଗରୀ କୌଶଳ ଆକ୍ରମଣକାରୀ ବିଦେଶୀ ଆମକୁ ଶିଖାଇଛନ୍ତି ବୋଲି ଅପପ୍ରଚାର କରୁଛନ୍ତି। ହେଲେ ବହୁ ପୂର୍ବରୁ ଆମ ପ୍ରାଚୀନ ସନାତନ ରାଷ୍ଟ୍ରର ମୁନିଋଷି, ଆର୍ଯ୍ୟଭଟ୍ଟ, ଭାସ୍କରାଚାର୍ଯ୍ୟ, କୌଟିଲ୍ୟ, ବରାହମିହିର, ଚରକ, ସୁଶ୍ରୁତ, ଏସବୁର ଜ୍ଞାନର ଭଣ୍ଡାର ଆମପାଇଁ ଛାଡ଼ି ଦେଇ ଯାଇଛନ୍ତି। ଯେଉଁ ସବୁ ଜ୍ଞାନମହାର୍ଣ୍ଣବକୁ ବିଦେଶୀ ଆମଠୁ ଲୁଟି ନେଇଛନ୍ତି ଓ ନଷ୍ଟ କରିଦେବାର ହୀନଚେଷ୍ଟା କରିଛନ୍ତି।

ତେଣୁ ସେସବୁରୁ ଆମକୁ ପର୍ଦ୍ଦା ଉଠାଇବାକୁ ପଡିବ। କେବଳ ହିନ୍ଦୁ ନୁହେଁ କ୍ରିୟାଶୀଳ ହିନ୍ଦୁଭାବେ ଆମେ ଜୀବନ ଜୀଇବା ଦରକାର। ଆଉ ପ୍ରତି ହିନ୍ଦୁ କୁ ଜାଗ୍ରତ କରିବା ଦରକାର। ତେବେ ଯାଇ ଆମେ ଆମ ରାଷ୍ଟ୍ରକୁ ପରମବୈଭବଶାଳୀ ଭାବେ ବନାଇପାରିବା ଵୋଲି ଅଖିଳ ଭାରତୀୟ ପ୍ରଜ୍ଞା ପ୍ରବାହର ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭୋପାଳ ନିଟ୍‌ର ଅବସରପ୍ରାପ୍ତ ପ୍ରଫେସର ସଦାନନ୍ଦ ଦାମୋଦର ସାପ୍ରେ ଆଜି ଆୟୋଜିତ ଓଡ଼ିଶା ପ୍ରାନ୍ତ ସମ୍ମିଳନୀରେ ଉପସ୍ଥିତ ସପ୍ସସ୍ଥାର ସଦସ୍ୟ ମାନଙ୍କୁ ମାର୍ଗଦର୍ଶନ କରି ଏହା କହିଥିଲେ। ସ୍ଥାନୀୟ ଆଚାର୍ଯ୍ୟ ବିହାର ପରିଷଦ ସଭାକକ୍ଷରେ ପ୍ରଜ୍ଞା ପ୍ରବାହର ଉତ୍କଳ ପ୍ରାନ୍ତ ସପ୍ସଯୋଜକ ରବିନାରାୟଣ ପଣ୍ଡାଙ୍କ ଦ୍ବାରା ସଞ୍ଚାଳିତ ଏହି ସମାରୋହରେ ସପ୍ସସ୍ଥାର କ୍ଷେତ୍ରୀୟ ସପ୍ସଗଠନ ମନ୍ତ୍ରୀ ଅରବିନ୍ଦ ଦାସ ଯୋଗଦେଇ ପଶ୍ଚିମବଙ୍ଗ ରାଜ୍ୟରେ ସପ୍ସସ୍ଥାର ସଫଳ ସାଙ୍ଗଠନିକ ପ୍ରାରୂପକୁ ଉପସ୍ଥାପନ କରି କହିଥିଲେ ଯେ ଓଡ଼ିଶାର ସଦସ୍ୟଗଣ ବି ଏହି କାର୍ଯ୍ୟକୁ ନିଶ୍ଚିତ ସଫଳତାର ସହ ଆଗେଇ ନେବେ। ସମାରୋହରେ ପ୍ରଫେସର ଜ୍ଞାନେନ୍ଦ୍ର ଶର୍ମା, ଡକ୍ଟର ସନତ କୁମାର ପଟ୍ଟନାୟକ, ଜିୟତପ୍ରଜ୍ଞା ଆଚାର୍ଯ୍ୟ, ସପ୍ସଗ୍ରାମ ମହାନ୍ତି, ଅଧ୍ୟାପକ ପ୍ରସନ୍ନ କର, ସରୋଜକାନ୍ତ ବିଶ୍ବାଳ, ଅମ୍ବିକା ମହାନ୍ତିଙ୍କ ସମେତ ଭୁବନେଶ୍ୱର ତଥା ବିଭିନ୍ନ ଜିଲ୍ଲାରୁ ସଦସ୍ୟ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe