ବ୍ରହ୍ମପୁରରେ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ

Advertisment
ବ୍ରହ୍ମପୁରରେ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୨୭ତମ ଜନ୍ମ ଜୟନ୍ତୀ ପାଳିତ

Sambad

ବ୍ରହ୍ମପୁର: ଇସ୍କନ୍ ବ୍ରହ୍ମପୁର, ଲାଞ୍ଜିପଲ୍ଲୀ ମନ୍ଦିରରେ ପବିତ୍ର ନନ୍ଦୋତ୍ସବ ତଥା ଅନ୍ତଃରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘର ପ୍ରତିଷ୍ଠାତା-ଆଚାର୍ଯ୍ୟ ଶ୍ରୀମଦ୍ ଅଭୟଚରଣାରବିନ୍ଦ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୨୭ତମ ଜନ୍ମ ଜୟନ୍ତୀ ଆଜି ଶୁକ୍ରବାର ବଡ଼ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ପ୍ରଭୁ ତଥା ଅନ୍ୟାନ୍ୟ ବରିଷ୍ଠ ଭକ୍ତ ମାନଙ୍କ ଦ୍ୱାରା ଶ୍ରୀଳ ପ୍ରଭୁପାଦଙ୍କ ଗୁଣକୀର୍ତ୍ତନ ତଥା ଆରତୀ ଅନୁଷ୍ଠିତ ହେବା ସହିତ ସମବେତ ଭକ୍ତମାନେ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ଭଗବାନଙ୍କୁ ୫୬ ଭୋଗ ଲାଗି କରାଯିବା ପରେ ଶେଷରେ ସମସ୍ତଙ୍କ ନିମନ୍ତେ ସୁସ୍ୱାଦୁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା ହୋଇଥିଲା।
କାର୍ଯ୍ୟକ୍ରମରେ ୮ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେବା ସହିତ ପ୍ରସାଦ ସେବନ କରିଥିଲେ। ଉଭୟ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ କାର୍ଯ୍ୟକ୍ରମ ମନ୍ଦିରର ସମସ୍ତ ବ୍ରହ୍ମଚାରୀ ତଥା ପରିଚାଳନାଗତ ସଦସ୍ୟ/ସଦସ୍ୟାମାନଙ୍କ ଦ୍ୱାରା ଆନନ୍ଦରେ ସମ୍ପାଦିତ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe