ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ କାର୍ଯ୍ୟକ୍ରମ

Advertisment
ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ କାର୍ଯ୍ୟକ୍ରମ

Sambad

ରାୟଗଡା: ରାୟଗଡା ସଙ୍କୁଳର ‘ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳ’ ଆଜି ରବିବାର ଗାୟତ୍ରୀ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ଶିଶୁ ମନ୍ଦିର ବିଦ୍ୟାଳୟର ଶିଶୁ ଭାଇଭଉଣୀ ମାନେ ଅଂଶଗ୍ରହଣ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଚିତଞ୍ଜୟ ବେହେରା ମୁଖ୍ୟ ଭାବେ ଯୋଗ ଦେଇଥିଲେ। ଏଥିରେ ରାୟଗଡା ସଙ୍କୁଳର ସଙ୍କୁଳ ପ୍ରମୁଖ ରମେଶ ଚନ୍ଦ୍ର ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ସଂପାଦକ ଡଃ. ସୁନୀଲ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ରାୟଗଡା ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବିଚାରକ ଭାବେ ନିମନ୍ତ୍ରିତ  କରାଯାଇଥିବା ବେଳେ ସେମାନେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିଶୁଙ୍କ ପ୍ରକଳ୍ପ, ପ୍ରୟୋଗ, ପତ୍ର ବାଚନ ସହିତ ପାରମ୍ପରିକ ନୃତ୍ୟ କଳା ଓ ମୂର୍ତି କଳା ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ।

publive-image Sambad

ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଗୁଣବତା ଓ ପ୍ରୟୋଗ ବିଜ୍ଞାନ ସମାରୋପ କାର୍ଯ୍ୟକ୍ରମରେ ଜେକେପୁରର ଗୌରୀ ଶଙ୍କର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜେକେ କାଗଜ କଳର କର୍ତ୍ତୃପକ୍ଷ ହରିହର ଖମାରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଜିଲ୍ଳା ପ୍ରମୁଖ ନରେନ୍ଦ୍ର ନାୟକ ଓ ବିଭିନ୍ନ ବିଦ୍ୟାମନ୍ଦିରର ପରିଚାଳନା ସମିତିର  ସଦସ୍ୟସଦସ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକସେବିକାଙ୍କ ନିଷ୍ଠାପର ପରିଶ୍ରମ ଯୋଗୁ କାର୍ଯ୍ୟକ୍ରମଟି ସଫଳ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ନେଗୀ ପ୍ରକାଶ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe