ଯୁବ ସ୍ବାଭିମାନ ଦିବସ ଅବସରରେ ସମ୍ବାଦ ସାହିତ୍ୟ ଘର ତରଫରୁ କବିତା ଆସର

Advertisment
ଯୁବ ସ୍ବାଭିମାନ ଦିବସ ଅବସରରେ ସମ୍ବାଦ ସାହିତ୍ୟ ଘର ତରଫରୁ କବିତା ଆସର

Sambad

ରାୟଗଡା: ଯୁବ ସ୍ବାଭିମାନ ଦିବସ ଅବସରରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ‘ସମ୍ବାଦ’ ସାହିତ୍ୟ ଘର, ମହିଳା ମହାବିଦ୍ୟାଳୟର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସ୍ତମ୍ଭାକାର ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ କବିତା ଆସରକୁ ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ସାହିତ୍ୟ ଘରର ସଭାପତି ସୁଶାନ୍ତ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ତଥା ସାହିତ୍ୟକ ରଘୁନାଥ ଭୁଏ, ‘ସମ୍ବାଦ’ ସାହିତ୍ୟ ଘରର ସଂଯୋଜକ ପ୍ରମେନ୍ଦ୍ର ପରିଛା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଇତିହାସ ପୃଷ୍ଠାରୁ କିଛି ଉଦାହରଣ ଦେଇ ଆସରକୁ ଆହୁରି ମନ୍ତମୁଗ୍ଧ କରିଥିଲେ। ସେହିପରି ସଭାପତି ଶ୍ରୀ ନାୟକ ଆଧୁନିକ କବିତା ଲେଖିବାର ଶୈଳୀ ଏବଂ କବିତା କିପରି ଲେଖାଯାଏ ସନେଇ ବିସ୍ତୃତ ଭାବେ ବୁଝାଇଥିଲେ।

‘ସମ୍ବାଦ’ ସାହିତ୍ୟ ଘର ସାରା ରାଜ୍ୟରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି। ଭାଷା ଓ ସାହିତ୍ୟ ପାଇଁ ଅହରହ କାର୍ଯ୍ୟ କରୁଥିବା କୁହାଯାଇଥିଲା। ପରେ ରାୟଗଡା ‘ସମ୍ବାଦ’ ସାହିତ୍ୟ ଘରର ସଦସ୍ୟ ଓ ସଦସ୍ୟା ମାନେ ନିଜ ସୁରଚିତ କବିତା ଆବୃତ୍ତି କରିଥିଲେ।ସେମାନେ ହେଲେ କୁନା ମହାପାତ୍ର, ନୀଳମଣି ପାଟ୍ଟଯୋଶୀ, ଲୋକନାଥ ପଣ୍ଡା, ଜଗଦିଶ ଚନ୍ଦ୍ର ଦୋରା, ଶରତ ଚନ୍ଦ୍ର ରାଉତ, ଇ. ତେଜଶ୍ରୀ, ପ୍ରମିଳା ଗରଡିଆ, ବର୍ଷା ପ୍ରିୟଦର୍ଶିନୀ ଜେନା, କରିଶ୍ମା ନାୟକ, କଳ୍ପନା ଗମାଙ୍ଗ, ଆଲେସିନି ଶବର, ସୁନାମଣି ନାୟକ, ସୀମା ନାୟକ, ସୁଚିତା ଖରା, ମଞ୍ଜରି ମ୍ୟାଜନ, ଅହଲ୍ୟା ମହାରଣା, ରାଜଲକ୍ଷ୍ମୀ ଦେବୀ, ତ୍ରିବେଣୀ ମିଶ୍ର, ରାଜଲକ୍ଷ୍ମୀ ରାଉତ, ଅରୁଣ କୁମାର ପାଣିଗ୍ରାହୀ, ପ୍ରଶାନ୍ତି ସାହୁ, ହରିହର ମିଶ୍ର, ରମେଶ ପାତିକା ପ୍ରମୁଖ ରହିଥିଲେ। କବିତା ଗୁଡିକୁ ସଂଯୋଜନା ଓ ପରିଚାଳନା କରିବା ପାଇଁ ନିଳମଣୀ ପାଟ୍ଟଯୋଶୀ, ରାଜଲକ୍ଷ୍ମୀ ଦେବୀ ଓ ତ୍ରିବେଣୀ ମିଶ୍ର ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe