Advertisment

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏକବିଂଶ ଶତାବ୍ଦୀର ପରିସଂଖ୍ୟାନ

Advertisment

ନୂତନ ଆହ୍ୱାନ ଓ ସୁଯୋଗ ଶୀର୍ଷକ ଏକ ସ୍ବତନ୍ତ୍ର ଆଲୋଚନା

ନୂତନ ଆହ୍ୱାନ ଓ ସୁଯୋଗ ଶୀର୍ଷକ ଏକ ସ୍ବତନ୍ତ୍ର ଆଲୋଚନା

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଏକବିଂଶ ଶତାବ୍ଦୀର ପରିସଂଖ୍ୟାନ

Sambad

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପରିସଂଖ୍ୟାନ ବିଭାଗ ଆନୁକୁଲ୍ୟରେ ‘ଏକବିଂଶ ଶତାବ୍ଦୀର ପରିସଂଖ୍ୟାନ- ନୂତନ ଆହ୍ୱାନ ଓ ସୁଯୋଗ’ ଶୀର୍ଷକ ଏକ ସ୍ବତନ୍ତ୍ର ବକ୍ତୃତା ଗତ ମଇ ୧୨ ତାରିଖରେ ବିଶ୍ବବିଦ୍ୟାଳୟର ସୁନାବେଡ଼ା ସ୍ଥିତ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ବିଧାନ ଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ର. ଅନୁପ ମଜୁମଦାର ଓ କଟକ ସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡଃ. ମହେଶ କୁମାର ପଣ୍ଡା ମୁଖ୍ୟବକ୍ତା ଓ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ।

ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶୁଭେଚ୍ଛା ଜଣାଇବା ସହ ଏକବିଂଶ ଶତାବ୍ଦୀର ପରିସଂଖ୍ୟାନରେ ନୂତନ ଆହ୍ୱାନ ଓ ସୁଯୋଗର ଅନେକ ବୈଶିଷ୍ଟ୍ୟ ଛାତ୍ରଛାତ୍ରୀମାନେ ଶିଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା (ଏକାଡେମିକ୍ ଆଣ୍ଡ ଆଡ୍ମିନିଷ୍ଟ୍ରେସନ) ପ୍ରଫେସର ଶୁଧେନ୍ଦୁ ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ପରିସଂଖ୍ୟାନର ଇତିହାସ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅର୍ଥନୀତିର ସହକାରୀ ପ୍ରଫେସର ତଥା ପରିସଂଖ୍ୟନ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀ ବିଶ୍ୱଜିତ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ମଜୁମଦାର ‘ ଟପସିସ୍‌ ପଦ୍ଧତି ବ୍ୟବହାର କରି ବିଭିନ୍ନ ବିକଳ୍ପର ମାନ୍ୟତା ପାଇଁ ଏକାଧିକ ମାନଦଣ୍ଡ ନିଷ୍ପତ୍ତି ଗ୍ରହଣ (ଏମ୍ସିଡିଏମ୍) ଆଭିମୁଖ୍ୟର ପ୍ରୟୋଗ’ ଉପରେ ବକ୍ତବ୍ୟ ରଖିଥିଲେ।

publive-image Sambad

ପରିସଂଖ୍ୟାନରେ ଆପ୍ଲିକେସନ ବ୍ୟବହାର କରିବାର ବିଭିନ୍ନ ପଦ୍ଧତି ଏବଂ ପଦ୍ଧତି ଉପରେ ସେ ଆଲୋକପାତ କରିଥିଲେ। ତାଙ୍କର ବକ୍ତବ୍ୟ ଉଭୟ ଛାତ୍ର ଏବଂ ଗବେଷଣା ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ସୂଚନାପ୍ରଦ ଥିଲା। ଡଃ. ପଣ୍ଡା ‘ମେସିନ ଲର୍ଣ୍ଣିଂର ପରିଚୟ’ ଶୀର୍ଷକ ଏକ ମୌଳିକ ଓ ସୂଚନାପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଆଜିର ଜଗତୀକରଣ ଦୁନିଆରେ ଚିକିତ୍ସା ବିଜ୍ଞାନ, ବ୍ୟବସାୟ, ଶିଳ୍ପ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ମେସିନ ଲର୍ଣ୍ଣିଂ କିପରି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ସେ ସମ୍ପର୍କରେ ସେ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାଷା ସମୂହ ବିଦ୍ୟାପୀଠର ଡିନ୍ ପ୍ରଫେସର ଏନ୍ସି ପଣ୍ଡା, ଅଧ୍ୟାପକ ଡଃ. ସୁମନ ଦାଶ, ଡଃ. ବିଦ୍ୟାଧର ବିଶି, ଡଃ. ସୁବାସ ପଟ୍ଟନାୟକ, ଡଃ. ବୀରେନ୍ଦ୍ର ଷଡ଼ଙ୍ଗୀ ଓ ଜନସମ୍ପର୍କ ଅଧିକାରୀ ଡଃ. ଫଗୁନାଥ ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିସଂଖ୍ୟାନ ବିଭାଗର ଛାତ୍ରୀ ସୁଶ୍ରୀ ସମିଧା ବିଶ୍ୱାଳ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥିମାନଙ୍କୁ ବିଭାଗର ଛାତ୍ରଛାତ୍ରୀମାନେ ସ୍ୱାଗତ କରିଥିଲେ। ପରିସଂଖ୍ୟାନ ବିଭାଗର ଅଧ୍ୟାପିକା ଡଃ. କଲ୍ୟାଣୀ ସୁନାନୀ ଏହି ସ୍ବତନ୍ତ୍ର ବକ୍ତୃତାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ଏନେଇ ଜନସମ୍ପର୍କ ଅଧିକାରୀ ଡଃ. ଫଗୁନାଥ ଭୋଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe