ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

Advertisment
ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

Sambad

ଖୋର୍ଦ୍ଧା: ଆଜି ଜିଲ୍ଲା ପ୍ରଶାସନ ଓ ଅନ୍ୟ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପରିବାର, ଓଡ଼ିଶା ଚୁକ୍ତିଭିତ୍ତିକ ଠିକା କର୍ମଚାରୀ ସଂଘ ପକ୍ଷରୁ ଅଧିକାର ରଥର ଶୁଭାରମ୍ଭ ମଧ୍ୟ କରାଯାଇଛି। ଜିଲ୍ଳାପାଳ କାର୍ଯ୍ୟାଳୟର ସଦ୍ଭାବନା କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇଥିଲେ। ବକ୍ତାଭାବେ ଚିଲିକା କାଙ୍କଣ ଶିଖରସ୍ଥ ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟର ଡଃ. ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପରାମର୍ଶ ଦେଇ ଅଧ୍ୟୟନକୁ ଜୀବନର ଧ୍ୟେୟ କରିବା ସହ ସେମାନଙ୍କ ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ଓ ଲକ୍ଷ୍ୟ ପ୍ରାପ୍ତି ପାଇଁ ନିରନ୍ତର ସଂଗ୍ରାମ କରିବା ଆମ୍ବେଦକରଙ୍କ ଜୀବନର ଆଦର୍ଶକୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମହାବିଦ୍ୟାାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତିଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କୃତୀ ପୁରସ୍କୃତ ଛାତ୍ରଛାତ୍ରୀମାନେ ହେଲେ, ପିଏନ୍ ସ୍ୱୟଂଶାସିତ ମହାବିଦ୍ୟାଳୟରର ଜୀବେଶ କୁମାର ଦେବଦର୍ଶନ, ସୁଧାକର ଦାସ, ଏଏମ୍ଆଇଟି ମହାବିଦ୍ୟାଳୟର ୱାଇ ପି ତୃପ୍ତିମୟୀ। କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଓ ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପରିବାର, ଓଡ଼ିଶା ଚୁକ୍ତିଭିତ୍ତିକ ଠିକା କର୍ମଚାରୀ ସଂଘ ପକ୍ଷରୁ ଏକ ଅଧିକାର ରଥକୁ ଜିଲ୍ଳାପାଳ, ବିଧାୟକ ଓ ଜିଲ୍ଲା ପରିଷଦ ସଭାପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ଖୋର୍ଦ୍ଧା ପୌର ପରିଷଦର ପରିମଳ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସଂଗଠନର ସଭାପତି ମୋହନ ନାୟକ କହିଛନ୍ତି ଯେ ଜିଲ୍ଲାରେ ସଫେଇ କର୍ମଚାରୀଙ୍କ ହକ ଓ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଏହି ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଖୋର୍ଦ୍ଧା ଓ ଅନ୍ୟ ପୌରାଞ୍ଚଳ ପରିଭ୍ରମଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe