ସମ୍ପତ୍ତି ହେଲା କାଳ; ସାନ ଭାଇକୁ ପିଟିପିଟି ମାରିଦେଲେ ଦୁଇ ବଡ଼ ଭାଇ

Advertisment
ସମ୍ପତ୍ତି ହେଲା କାଳ; ସାନ ଭାଇକୁ ପିଟିପିଟି ମାରିଦେଲେ ଦୁଇ ବଡ଼ ଭାଇ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡରେ ଘଟିଯାଇଛି ଅଭାବନୀୟ ଘଟଣା। ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ବଡ଼ ଭାଇ ମିଶି ସାନଭାଇକୁ ଅତି ବୀଭତ୍ସ ଭାବେ ଠେଙ୍ଗାରେ ପିଟି ଓ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ ହୋଇଯାଇଛି। ‌ରେଢ଼ାଖୋଲ ଥାନା ପୁଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ ମୃତକ ହେଲେ ସଂଜୟ ମୁଣ୍ଡା (୩୫)। ହତ୍ୟାକାରୀ ଦୁଇ ଭାଇ ହେଲେ ବଡ଼ ଭାଇ ସିଉ ମୁଣ୍ଡା (୪୫) ଓ ମଝିଆଁ ଭାଇ ଆନନ୍ଦ ମୁଣ୍ଡା (୪୦)। ଘର-ରେଢ଼ାଖୋଲ ଥାନା, କଦଳୀଗଡ଼ ପଞ୍ଚାୟତ ସାନ ରେଙ୍ଗାଲି ଓରାମ ସାହି।
ସୂଚନା ଅନୁଯାୟୀ ଏହି ତିନି ଭାଇ ଗାଁରେ ନ ରହି ଗାଁ ନିକଟରେ ଥିବା ଜଙ୍ଗଲରେ ମିଳିମିଶି ପରିବାର ସହିତ ରହୁଥିଲେ। କିଛିଦିନ ହେଲା ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଶୁକ୍ରବାର ରାତିରେ ସେମାନଙ୍କ ମଧ୍ୟରେ ଏହି କାରଣକୁ ଭୀଷଣ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସିଉ ଏବଂ ଆନନ୍ଦ ଠେଙ୍ଗାରେ ସଂଜୟଙ୍କୁ ମାଡ଼ ମାରିଥିଲେ। ଏପରିକି ‌ଟାଙ୍ଗିଆରେ ଚୋଟ ମଧ୍ୟ ପକାଇଛନ୍ତି। ଘଟଣାସ୍ଥଳରେ ସଂଜୟଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ରାତିରେ ଏହି ଘଟଣା ଘଟିଥିବା ବେଳେ ସକାଳେ ପରିବାର ଲୋକ ଏ ବାବଦରେ ଗାଁରେ ସୂଚନା ଦେଇଥିଲେ। ଗାଁ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ସମ୍ବଲପୁରରୁ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଛାନ୍‌ଭିନ୍‌ କରୁଛି। ପୁଲିସ ଦୁଇ ଭାଇଙ୍କୁ ଅଟକ ରଖି ପଚରାଉଚାର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe