ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ଜିଲ୍ଲାରେ ଆଜି ସ୍ବାସ୍ଥ୍ୟବର୍ଦ୍ଧକ ଭିଟାମିନ ଯୁକ୍ତ ଚାଉଳର ଶୁଭ ଉଦ୍‌ଘାଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କ୍ରୀଡା ଓ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ, ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ।

ମାଲକାନଗିରି ଜିଲ୍ଲାରେ ରହିଥିବା ୨୭ଟି ରାଇସ ମିଲ ଏହି ଭିଟାମିନ ଯୁକ୍ତ ଚାଉଳ ପ୍ରଦାନ କରିବେ ବୋଲି ଜଣାପଡିଛି। ଜିଲ୍ଲାର ୧ ଲକ୍ଷ ୫୭ ହଜାର ୮୩ ପରିବାରର ୫ ଲକ୍ଷ ୪୬ ହଜାର ୫୦୧ ଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ ବୋଲି କୁହାଯାଇଛି। ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୧୧୭ଟି ଦୋକାନରେ ଏହି ଚାଉଳ ପ୍ରଦାନ କରାଯିବ। ୨୦୧୧ ଜନ ଗଣନା ଅନୁସାରେ ଜିଲ୍ଲାର ୮୦ ପ୍ରତିଶତ ଲୋକ ଏହାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି। ଏଥିରୁ ଏନିମିଆ ଓ କୁପୋଷଣ ଦୂର ହେବ ବୋଲି କୁହାଯାଇଥିଲା।

publive-image

ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ମଧ୍ୟ ଉଦଘାଟନ କରାଯାଇଥିଲା। ଏହି ରାସନ କାର୍ଡ ଦ୍ବାରା ଦେଶର ଯେ କୌଣସି ସ୍ଥାନରେ ମଧ୍ୟ ହିତାଧିକାରୀ ନିଜର ମାସିକ ଚାଉଳ ପାଇପାରିବ। ଏହି ଭିଟାମିନଯୁକ୍ତ ଚାଉଳରେ ଲୌହସାର,ଭିଟାମିନ-ବି(୧୨) ଏବଂ ଫ୍ଲିରିକ ଏସିଡ ରହିଥିବା କୁହାଯାଇଛି। ନିଜର ଆଧାର କାର୍ଡରେ ମଧ୍ୟ ଏହି ଚାଉଳ ହିତାଧିକାରୀ ନେଇପାରିବେ ବୋଲି ଜଣାପଡିଛି। ପ୍ରତି ମାସରେ ଜିଲ୍ଲାରେ ମୋଟ ୩୨ ହଜାର ୧୦୩ କିଣ୍ଟାଲ ଚାଉଳ ଦରକାର ପଡିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe