ଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବିରେ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା

Advertisment
ଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବିରେ କଟକ ନଗର କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା

କଟକ: କେନ୍ଦ୍ରର ମୋଦୀ ସରକାରଙ୍କଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବି କରି ଆଜି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ପୁରୀଘାଟ ସ୍ଥିତ ଗାନ୍ଧୀ ସ୍ମୃତିପୀଠଠାରେ ସତ୍ୟାଗ୍ରହ ଓ ପ୍ରତିବାଦ ସଭା କରାଯାଇଥିଲା । କମିଟିର ସଭାପତି ଗିରିବାଳା ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରବାଟୀ–କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଯୋଗଦେଇ କହିଥିଲେ ଯେ ଶିକ୍ଷିତ ବେକାର ଯୁବକଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ନରେନ୍ଦ୍ର ମୋଦୀ ଶାସନ କ୍ଷମତାକୁ ଆସିଥିଲାବେଳେ ସେଇ ପ୍ରତିଶ୍ରୁତି ପୂରଣ ନକରି ଏବେ ଯୁବକଙ୍କୁ ମାତ୍ର ୪ ବର୍ଷ ପାଇଁ ପ୍ରତିରକ୍ଷା ବିଭାଗରେ ଅଗ୍ନିବୀର ପଦବୀରେ ନିଯୁକ୍ତି ଦେବାକୁ ତ୍ରୁଟିପୂର୍ଣ୍ଣ ଓ ହାସ୍ୟାସ୍ପଦ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ ।

ଶିକ୍ଷିତ ବେକାର ଯୁବକଙ୍କ ଭବିଷ୍ୟତ ସହିତ ମୋଦୀଙ୍କର ଏହି ଯୋଜନା ମହା ବିଶ୍ଵାସଘାତକତା ଛଡା ଆଉ କିଛି ନୁହେଁ ବୋଲି ବିଧାୟକ ମୋକିମ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ, ବିଶ୍ଵଜିତ ଦାସ,ନିକୁଞ୍ଜ ପଶାୟତ,ଶୈଳବାଳା ଜେନା,ସନ୍ତୋଷ କୁମାର ଭୋଳ,ତୃପ୍ତି ଦାସ, ହିମାଂଶୁ ରାଉତ,ସତ୍ୟାନନ୍ଦ ରାଉତ,କେଦାର ପୃଷ୍ଟି,ସୂର୍ଯ୍ୟମଣି ମହାନ୍ତି,ଶରତ ଚନ୍ଦ୍ର ସେଠୀ, ସୁବାଶିଷ ପଟ୍ଟନାୟକ, ଲିଜାରାଣୀ ରାଉତ, ଜନାର୍ଦ୍ଦନ ପରିଡା,ଟୁକୁନା ସେନାପତି,ଆର୍ଯ୍ୟବୀର ଲେଙ୍କା,ବିକି ଚକ୍ରବ୍ରର୍ତ୍ତୀ, ସ୍ମୃତିରଞ୍ଜନ ରାଉତ,ଚାରୁଲତା ସାହୁ,ଅମ୍ରିତା ଦାସ,ବୈଶାଳୀ ବେହେରା, ଅନ୍ନପୂର୍ଣ୍ଣା ସାହୁ, ଅନୀତା ବେହେରା, ସୁରଜିତ ସାହୁ,ଅଜୟ ରାଉତ,ସୁନୀଲ ପଣ୍ଡା, ଦେବୀ ପ୍ରସନ୍ନ ମହାପାତ୍ର,ହରେକୃଷ୍ଣ ବେହେରା, ଅଜୟ ଗୋଛାୟତ,ରଶ୍ମିକାନ୍ତ ସାମଲ,ବିପିନ ସାମଲ,ଅବଦୁଲ ନସିମ,ସେକ ବାବାଯାନୀ,ଗୋକୁଲ ସିହ୍ନା, ସେକ ଗୁଲାମ ମୋହିଉଦ୍ଦୀନ, ସୌମେନ୍ଦ୍ର ମହାନ୍ତି,ପ୍ରତାପ ପରିଡା, ଶୟଦ ଅଫତାବ ଅଲ୍ଲୀ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ସତ୍ୟାଗ୍ରହ ଓ ପ୍ରତିବାଦ ସଭାରେ ଭାଷଣ ଦେଇ ମୋଦୀ ସରକାରର ଏହି ଅଦୂରଦର୍ଶୀ ନିଷ୍ପତ୍ତି ଦେଶର ବିପୁଳ ଯୁବଶକ୍ତି ଓ ପ୍ରତିରକ୍ଷା ବ୍ୟବସ୍ଥାକୁ ସାଂଘାତିକ ଭାବେ ଦୁର୍ବଳ କରିବ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe