ବେଆଇନ ମଦକୋଠି ବିରୋଧରେ ପ୍ରତିବାଦ ଶୋଭାଯାତ୍ରା

ବେଆଇନ ମଦକୋଠି ବିରୋଧରେ ପ୍ରତିବାଦ ଶୋଭାଯାତ୍ରା

ମୋହନଗିରି: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ମୋହନଗିରି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଆଇନ ଭାବେ ଚାଲିଥିବା ମଦକୋଠିଗୁଡ଼ିକୁ ବନ୍ଦ୍ କରିବା ଦାବି ନେଇ ସୋମବାର ଗାନ୍ଧୀ ଜୟନ୍ତୀରେ ଅଞ୍ଚଳବାସୀ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଅଭିଯୋଗ ଅନୁସାରେ ଅଞ୍ଚଳରେ ଗୋଟିଏ ଲାଇସେନ୍ସପ୍ରାପ୍ତ ମଦ ଭାଟି ଥିବା ବେଳେ ଉକ୍ତ ଭାଟିରେ ପ୍ୟାକେଟ କରି ମଦ ବିକ୍ରି କରିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ କରି ଉକ୍ତ ଭାଟିରୁ ଖୋଲା ମଦ ବିଭିନ୍ନ ଗ୍ରାମକୁ ବେଆଇନ ଭାବେ ଯୋଗା ଦିଆଯାଉଛି। ଯାଦ୍ବାରା ଗାଁ ଗାଁ’ରେ ଏବେ ଅନେକ ବେଆଇନ ମଦକୋଠି ଖୋଲିଯିବା ସହ ମଦୁଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।

ଏହା ଦ୍ବାରା ସବୁଠି ଅଶାନ୍ତି, ଝଗଡ଼ାଝାଟି ଲାଗି ରହିଥିବା ବେଳେ ସ୍କୁଲ୍‌, କଲେଜ ଛାତ୍ରଛାତ୍ରୀ ଓ ମହିଳାମାନେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି। ଅସାମାଜିକ କାର୍ଯ୍ୟକଳାପ ବି ବଢ଼ିବାରେ ଲାଗିଛି। ତେଣୁ ମଦକୋଠିଗୁଡ଼ିକୁ ବନ୍ଦ କରିବା ଓ ଭାଟି ପକ୍ଷରୁ ହେଉଥିବା ବେଆଇନ ମଦ ଯୋଗାଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଅଞ୍ଚଳବାସୀ ଓ ଏସ୍‌ଏଚ୍‌ଜି ସଭ୍ୟାମାନେ ପ୍ରତିବାଦ ଜଣାଇଥିଲେ। ମୋହନଗିରି ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ, ସିଂହପୁର ପୂର୍ବ ସରପଞ୍ଚ ବିଦ୍ୟାଧର ପାତ୍ର, ମୁରଲୀଧର ସାହୁ ଓ ବେଣୁଧର ଭୋଇଙ୍କ ନେତୃତ୍ୱରେ ସେମାନେ ମୋହନଗିରି ମୁଖ୍ୟ ରାସ୍ତାରୁ ଶୋଭାଯାତ୍ରାରେ ବାହାରି ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପିଇଓଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe