୫ମ ଦିନରେ ବହିଷ୍କୃତ ଶ୍ରମିକଙ୍କ ଧାରଣା: ଧାରଣାରତ ଶ୍ରମିକଙ୍କୁ ଭେଟିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

Advertisment

୫ମ ଦିନରେ ବହିଷ୍କୃତ ଶ୍ରମିକଙ୍କ ଧାରଣା: ଧାରଣାରତ ଶ୍ରମିକଙ୍କୁ ଭେଟିଲେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

Sambad

ଭଦ୍ରକ: ଫେକର ବେଦାନ୍ତ କମ୍ପାନିରେ କାର୍ଯ୍ୟରତ ଥାଇ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୩ଜଣ ଶ୍ରମିକଙ୍କ ପାଇଁ ରାଜରାସ୍ତାକୁ ଉହ୍ଲାଇଥିବା ୩୮ଜଣ ଶ୍ରମିକଙ୍କୁ କମ୍ପାନି ବେଆଇନ ଭାବେ ଛଟେଇ କରିବା ପରେ ଏହି  ୩୮ଜଣ ଶ୍ରମିକ ଦୀର୍ଘ ୫ ଦିନ ଧରି ଫେକର ବେଦାନ୍ତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ତାଙ୍କ ସମସ୍ୟାକୁ କେହି କର୍ଣ୍ଣପାତ କରୁ ନଥିବା ବେଳେ ଶୁକ୍ରବାର କଂଗ୍ରେସ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଶାସନ ସଚିବ ବିଜୟ ପଟ୍ଟନାୟକ ଭେଟି ତାଙ୍କ ମନୋବଳକୁ ବୃଦ୍ଧି କରିଛନ୍ତି। ଏପରିକି  ଶ୍ରମିକ ମାନଙ୍କୁ ନ୍ୟାୟ ଦେବାରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଆଜି ଶ୍ରୀଯୁକ୍ତ ପଟ୍ଟନାୟକ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଭଦକ୍ର ସ୍ଥିତ ଫେକର ବେଦାନ୍ତ ଫ୍ୟାକ୍ଟ୍ରି ସମ୍ମୁୁଖ ମୁଖ୍ୟ ଫାଟକ ନିକଟରେ ଚାଲିଥିବା ଧାରଣା ସ୍ଥଳରେ ଉପସ୍ଥିତ ହୋଇଥିଲେ। ଶ୍ରମିକ ନେତା କିସାନ ସେଠୀ, ମୁକ୍ତିକାନ୍ତ ମହାପାତ୍ର, ହରିହର ଜେନା ଆଦି ଶ୍ରମିକମାନଙ୍କ ସହ ସେମାନଙ୍କ ଦାବୀ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ୨୦୨୩ ମସିହା ମାର୍ଚ୍ଚ ଓ ଏପ୍ରିଲ ମସିହାରେ ଫ୍ୟାକ୍ଟ୍ରି ମଧ୍ୟରେ ବିସ୍ଫୋରଣ ଘଟି ୩ଜଣଙ୍କ ପ୍ରାଣହାନୀ ଘଟିଥିଲା।

ସେମାନଙ୍କ ହକ୍ ପାଇଁ ସେତେବେଳେ ଏହି ଶ୍ରମିକମାନେ ଧାରଣା ଧର୍ମଘଟ କରିଥିବାରୁ କମ୍ପାନି କତ୍ତୃପକ୍ଷ ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି। ଏହି ଛଟେଇରେ ଶ୍ରମିକଙ୍କୁ କୌଣସି ଆଇନଗତ ସୂଚନା ବା ଅବଗତି କରାଯାଇ ନଥିଲା। ଏନେଇ ଶ୍ରୀଯୁକ୍ତ ପଟ୍ଟନାୟକ ଆଲୋଚନା କରିବା ସହିତ ଏ ସମ୍ପର୍କରେ ଶ୍ରମିକ ଆଇନ କଣ ରହିଛି, ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନଙ୍କ କ୍ଷେତ୍ରରେ କମ୍ପାନିର ସୁରକ୍ଷା ନୀତି ଅବଲମ୍ବନ କରାଯାଇଥିଲା କି? ଏ ସମସ୍ତ କଥା ପଚାରି ବୁଝିଥିଲେ। କମ୍ପାନିରୁ କିଭଳି ଶ୍ରମିକ ମାନେ ନ୍ୟାୟ ପାଇବେ ସେଥିପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଶ୍ରମିକଙ୍କ ପଛରେ ଖୁଣ୍ଟଭଳି ଛିଡ଼ା ହେବେ ଏବଂ ଏ ନେଇ ରାଜ୍ୟସ୍ତରୀୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ପିସିସି ସାଧାରଣ ସମ୍ପାଦକ ମଧୁମିତା ସେଠୀ, ଜିଲ୍ଳା ଯୁବକଂଗ୍ରେସ ଉପସଭାପତି ବଳରାମ ରାଉତ (ଚିଲିକା), ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଅଲ୍ଲୀ ଖାନ୍, ଭଦ୍ରକ ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ଦାସ, ଯୁବନେତା ଶାରଦା ପ୍ରସନ୍ନ ସ୍ବାଇଁ, ରିୟାଜ୍ ଖାଁନ, ଆଶିଷ ରାଉତ, ମାନସ ରଞ୍ଜନ ସାହୁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପୀତବାସ ଧଳ, ହାଡ଼ିବନ୍ଧୁ ବିଶ୍ଵାଳ, ଅମୀୟ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା, କମୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe