ଗୋହତ୍ୟାକୁ କେନ୍ଦ୍ରକରି ଭଦ୍ରକ-ଚାନ୍ଦବାଲି ରାସ୍ତାରୋକ

Advertisment
ଗୋହତ୍ୟାକୁ କେନ୍ଦ୍ରକରି ଭଦ୍ରକ-ଚାନ୍ଦବାଲି ରାସ୍ତାରୋକ

Sambad

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାସ୍ତାର ବାରିକଛକରେ ରାସ୍ତା ଉପରେ ମଙ୍ଗଳବାର ସକାଳ ୧୦ଟା ସମୟରେ ଚଲାଇ ଚଲାଇ ଗୋରୁ ନେଇ ଯାଉଥିବା ଜଣେ ବ୍ୟକ୍ତି ଗୋଟିଏ ଗାଈକୁ ପିଟିପିଟି ମାରି ଦେଇଥିବା ଘଟଣାରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକ ଦୀର୍ଘ ସମୟଧରି  ରାସ୍ତାରୋକ କରିଥିଲେ। ଖବର ପାଇ ବିଶ୍ବ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି, ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ତପନ ମହାନ୍ତି, ଧୀରେନ୍ଦ୍ର ନାୟକ ଓ ଅନ୍ୟମାନେ ପହଞ୍ଚିଥିଲେ। ଗୋରୁକୁ ମାରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ ପାଇଁ ବ୍ୟବସ୍ଥା, ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଦୋଳସାହି ଓ ବୁଧବାର ଗୋରୁ ହାଟକୁ ସମ୍ପୁର୍ଣ୍ଣ ବନ୍ଦ କରିବା, ଆଦି ଦାବି କରାଯାଇ ରାସ୍ତା ରୋକ କରାଯାଇଥିଲା। ଜିଲ୍ଲାରେ ଆଇନ ବ୍ୟବସ୍ଥା ବଜାଇ ରଖିବାକୁ ହେଲେ ପ୍ରଶାସନ ଏହା ଉପରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି ମାନସ ମହାନ୍ତି ଉପସ୍ଥିତ ସାମ୍ୱାଦିକ, ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ସମ୍ମୁଖରେ କହିଥିଲେ।
ପ୍ରଶାସନ ପକ୍ଷରୁ  ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ, ବାସୁଦେବପୁର ପୁଲିସ ଏସଡିପିଓ ସୌରଭ ହୋତା ଏହି ବିଷୟ ଗୁଡ଼ିକ ଗୁଡିକ ବୁଝି ସ୍ଥାନୀୟ ଲୋକ ପ୍ରତିନିଧି, ସରପଞ୍ଚ ବନହରି ସାହୁ ଓ ବିଶ୍ବ ହିନ୍ଦୁ ପରିଷଦ , ଧର୍ମ ରକ୍ଷା ସମିତି କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲା ପ୍ରଶାସନ ସହ ଏକ ସପ୍ତାହ ମଧ୍ୟରେ ଆଲୋଚନା କରାଇବା ଏବଂ ସେ ପର୍ଯ୍ୟନ୍ତ ଗୋରୁ ହାଟ ବନ୍ଦ ରଖିବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇ ଗୋମାତାଙ୍କ ସଂସ୍କାର କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe