Sambad
ଭଦ୍ରକ: ମନରେଗା ଯୋଜନାରେ ବର୍ଷକୁ ସର୍ବନିମ୍ନ ୨ଶହ ଦିନର କାମ, ଦୈନିକ ମଜୁରୀ ସର୍ବନିମ୍ନ ୬ଶହ ଟଙ୍କା ପ୍ରଦାନ, ଜାତି ଭିତ୍ତିରେ ମଜୁରୀ ପ୍ରଦାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରିବା, ଦୈନିକ ୨ଥର ଅନଲାଇନ୍ ରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶନାମା ବାତିଲ କରିବା। ୬୦ ବର୍ଷରୁ ଉର୍ଦ୍ଧ୍ବ କ୍ଷେତମଜଦୂର ମାନଙ୍କୁ ମାସିକ ୩ହଜାର ଟଙ୍କା ପେନସନ ଦେବା, ସମସ୍ତ ଭୂମିହୀନ କ୍ଷେତମଜଦୂର ମାନଙ୍କୁ ଘରଡିହ ଓ ଚାଷ ଜମି ଯୋଗାଇଦେବା, କ୍ଷେତମଜଦୂର ମାନଙ୍କ ସାମାଜିକ ନିରାପତ୍ତା ଗ୍ୟାରେଣ୍ଟି ଆଦି ଦାବିକରି ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି।ସଂଗଠନର ଏକ ଜିଲ୍ଲାସ୍ତରୀୟ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏକ ପ୍ରତିବାଦ ସଭା ସଂଗଠନର ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଂଗଠନର ଜିଲ୍ଲା ସମ୍ପାଦକ ଆଇନଜୀବୀ ଗିରିଧାରୀ ନାଥ, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସମ୍ପାଦକ ବିକାଶ ନାଥ, କ୍ଷେତମଜଦୂର ନେତା ଘନଶ୍ୟାମ ଦାସ, କାହ୍ନୁ କିଶୋର ସାହୁ, ଜୟୀରାମ ଦାସ, ନିରଞ୍ଜନ ଯେନା, କୀର୍ତ୍ତନ ବିଶ୍ବାଳ, ଗଙ୍ଗାଧର ମହାଳିକ, ନରୋତ୍ତମ ମଢୁଆଳ, ସୁରେନ୍ଦ୍ର ନାୟକ, ବ୍ରହ୍ମାନନ୍ଦ ପରିଡା, ପିତାମ୍ବର ମଳିକ, ପୂର୍ଣ୍ଣ ମାଝୀ, ଯୁବନେତା ମିନାଜ୍ ଖାନ୍, ଏସ୍ଏଫ୍ଆଇ ଜିଲ୍ଲା ଆବାହକ ଦାଶୀନାଥ ଭୋଈ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।
Follow Us