୫ ଦଫା ଦାବି ନେଇ ନିଖିଳ ଓଡ଼ିଶା କାରାଗାର ମହାସଂଘ ପକ୍ଷରୁ କଳାବ୍ୟାଚ ପରିଧାନ ସହ ଆମରଣ ଅନଶନ

୫ ଦଫା ଦାବି ନେଇ ନିଖିଳ ଓଡ଼ିଶା କାରାଗାର ମହାସଂଘ ପକ୍ଷରୁ କଳାବ୍ୟାଚ ପରିଧାନ ସହ ଆମରଣ ଅନଶନ

Sambad

ଜି. ଉଦୟଗିରି: ସ୍ଥାନୀୟ ଉପ କାରାଗାର ପରିସରରେ ନିଖିଳ ଓଡ଼ିଶା କାରାଗାର ମହାସଂଘର ଆହ୍ବାନକ୍ରମେ ଜି. ଉଦୟଗିରି ଉପକାରାଗାର ମୁଖ୍ୟ କାରାରକ୍ଷୀ, ମହିଳା, ପୁରୁଷ କାରାରକ୍ଷୀଙ୍କ ପକ୍ଷରୁ ବିଗତ ୧୩ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ୫ ଦଫା ଦାବି ପୂରଣ ନିମନ୍ତେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କରୁଥିବା ବେଳେ ଆଜି ସୋମବାର ଠାରୁ ଆମରଣ ଅନଶନରେ ବସିଛନ୍ତି। ସେମାନଙ୍କର ୫ ଦଫା ଦାବି ହେଲା- କାରାରକ୍ଷୀ ମାନଙ୍କର  ଗ୍ରେଡ ପେ ୧୯ଶହରୁ ୨ହଜାର ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀ ମାନଙ୍କର ଗ୍ରେଡ-ପେ ୨ହଜାରରୁ ୨୪ଶହ ଟଙ୍କାକୁ ବୃଦ୍ଧି। -ପୁରୁଣା ପଦନ୍ନତିର  ନିୟମ ୨୦୧୨କୁ ଲାଗୁ କରିବା। - ଉପଖଣ୍ଡସ୍ତରୀୟ ବଦଳି ନିୟମ କୋହଳ କରିବା। -ଖାଦ୍ୟ ଭତ୍ତା ୪ଶହ ଟଙ୍କାରୁ ୧୪ଶହ ଟଙ୍କାକୁ ବୃଦ୍ଧି କରିବା। -୧୩ ମାସିଆ ଦରମା (ଓଏସଆର) ୨୦୧୭  ଅନୁଯାୟୀ ବୃଦ୍ଧି କରିବା। ଏହିପରି ୫ ଦଫା ଦାବିରେ ଆଜି ସୋମବାର ଠାରୁ ଖାଦ୍ୟ ଗ୍ରହଣ ନ କରି କଳା ବ୍ୟାଚ ପରିଧାନ ସହିତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାରାଗାର ସମ୍ମୁଖରେ ସମସ୍ତ କର୍ମଚାରୀ ଶୃଙ୍ଖଳାର ସହିତ କାର୍ଯ୍ୟ ସମ୍ପାଦନ କରି ଆମରଣ ଅନଶନ ଚାଲୁ ରହିବା ନେଇ ସୂଚନା  ଦେଇଛନ୍ତି। ଏହି ଆମରଣ ଅନଶନ ସମୟରେ ଯଦି କୌଣସି କର୍ମଚାରୀ ଅସୁସ୍ଥତା କିମ୍ବା ମୃତାହତ ହୁଅନ୍ତି ତେବେ କାରାଗାର ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ନିମନ୍ତେ ସମ୍ପୂର୍ଣ୍ଣ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ଆମରଣ ଅନସନରେ ୧୦ ଜଣ କାରାରକ୍ଷୀ ଯଥା ସଭାପତି ଲିଙ୍ଗରାଜ ସାହୁ (ମୂଖ୍ୟ କାରା ରକ୍ଷୀ), ସମ୍ପାଦକ ସାଗର କୁମାର୍ ଗୁମାନ୍ ସିଂହ(କାରାରକ୍ଷୀ), ଉପ ସଭାପତି ମୁରଲୀ ସେଠି(କାରାରକ୍ଷୀ)କଷାଧକ୍ଷା ସଂଯୁକ୍ତା ବେହେରା (ମହିଳା ୱାର୍ଡ),ଯୋଗେନ୍ଦ୍ର ମହାକୁଡ (କାରାରକ୍ଷୀ), ହିନ ସେଠି (କାରାରକ୍ଷୀ), ପ୍ରଭାସିନୀ ମହାପାତ୍ର(ମହିଳା ୱାର୍ଡ), ଦେବରାଜ ଡାକୁଆ (କାରାରକ୍ଷୀ), ବିକ୍ରମ ଦେବ ପ୍ରଧାନ(କାରାରକ୍ଷୀ), ଭାଗିରଥି ବେହେରା(ମୁଖ୍ୟ କାରାରକ୍ଷୀ) ଉପସ୍ଥିତ ରହି ହଙ୍ଗର ଆମରଣ ଅନଶନ କରୁଥିବା ଦେଖିବାକୁ ମିଳିଛି। ସେପଟେ ଉପର ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସୂଚନା ରହିଛି। ତେବେ ଅନସନରେ ବସିଥିବା ସମସ୍ତ କାରାରକ୍ଷକ ମାନେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଭୋକିଲା ଶାନ୍ତି ଶୃଙ୍ଖଳା ଅନଶନ କରିବେ ବୋଲି ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe