ମଣିପୁର ଘଟଣାରେ ବାମପନ୍ଥୀ ଦଳର ବିକ୍ଷୋଭ

ମଣିପୁର ଘଟଣାରେ ବାମପନ୍ଥୀ ଦଳର ବିକ୍ଷୋଭ

Sambad

ଖୋର୍ଦ୍ଧା: ଭାରତର ଉତ୍ତର-ପୂର୍ବୋତ୍ତର ରାଜ୍ୟ ମଣିପୁରରେ ଗତ ୬ ମାସ ଧରି ଚାଲିଥିବା ଦଙ୍ଗା, ଜଘନ୍ୟ ହତ୍ୟା, ମହିଳାଙ୍କୁ ନିର୍ୟାତନା ଆଦି ନିୟନ୍ତ୍ରଣ କରିବାରେ ମଣିପୁର ରାଜ୍ୟ ସରକାର ଓକେନ୍ଦ୍ର ସରକାରଙ୍କ ବିଫଳତାକୁ ଦାୟି କରି ଆଜି ମଙ୍ଗଳବାର ଖୋର୍ଦ୍ଧାର ବିଭିନ୍ନ ବାମପନ୍ଥୀ ସଂଗଠନ ପକ୍ଷରୁ ଆଜି ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ମଧ୍ୟାହ୍ନରେ ସ୍ଥାନୀୟ ଜୟୀରାଜଗୁରୁ ଭବନ ଠାରେ ସିଆଇଟିୟୁ, ଏଆଇକେଏସ୍‌, ଏଆଇଏଡବ୍ଲୁୟୁ, ଏଆଇଡିଡବ୍ଲୁଏ ପ୍ରମୁଖ ବାମପନ୍ଥୀ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମଣିପୁରରେ ଚାଲିଥିବା ଦଙ୍ଗାରେ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା, ଧର୍ଷଣ ଓ ହତ୍ୟା କରିବା ଆଦି ଘଟଣାରେ କେନ୍ଦ୍ର ସରକାରଙ୍କୁ ନିନ୍ଦା କରାଯାଇଥିଲା।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡ଼ିଶା କୃଷକ ସଭାର ଜିଲ୍ଲା ନେତା ଅନନ୍ତ ମଙ୍ଗରାଜ, ସିଆଇଟିୟୁ ଜିଲ୍ଲା ସଭାପତି ଗିରୀଶ ଚନ୍ଦ୍ର ମହାରଣା, ସମ୍ପାଦକ ଶୈଳେଶ କୁମାର ବଳିଆରସିଂହ, ନିରଂଜନ ବେହେରା, ସୁଦର୍ଶନ ସେନାପତି, କିଶୋର ଚନ୍ଦ୍ର ପରମଗୁରୁ, ଚିନ୍ମୟୀ ଜେନା, ଓଡ଼ିଶା ଆଦିବାସୀ ଅଧିକାରୀ ମଂଚ ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ଟୁଡୁ, ମାଜାଦ ୟୁନିଅନର ସମ୍ପାଦକ ଯୋଗେନ୍ଦ୍ର ଦାସ, ରତ୍ନାକରଣ ପ୍ରଧାନ, ଆଶା ଖୁଣ୍ଟିଆ, ବାସମା ହେତା, ଟିକିନା ଜେନା ଓ ପ୍ରିମିୟର କେବୁଲ୍‌ ୱାର୍କର୍ସ ୟୁନିଅନର ସଦସ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe