ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ସଂଘ ପକ୍ଷରୁ ଡାକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ସଂଘ ପକ୍ଷରୁ ଡାକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଡାକ କାର୍ଯ୍ୟାଳୟ ସମ୍ମୁଖରେ ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ସଂଘର ଧାରଣା ଆଜି ଶୁକ୍ରବାର ୪ର୍ଥ ଦିନରେ ପହଞ୍ଚିଛି। ଗତ ତିନିଦିନ ଭଳି  ଶୁକ୍ରବାର ମଧ୍ୟ ସଂଘର କର୍ମକର୍ତା ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣା ସମ୍ପର୍କରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଏଜେଣ୍ଟ ସଂଘର ସଭାପତି କାହ୍ନୁଚରଣ ଖୁଣ୍ଟିଆ କହିଛନ୍ତି ଯେ, ୪ ଦଫା ଦାବିରେ ଚଳିତ ମାସ ୨ ତାରିଖରୁ ଏଜେଣ୍ଟ ମାନେ କଲମ ଛାଡ଼ ଆନ୍ଦୋଳନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଏହି ଦାବି ଗୁଡ଼ିକ ମଧ୍ୟରେ, ଜମାରାଶି ଉପରେ ଏଜେଣ୍ଟଙ୍କ କମିସନ ବୃଦ୍ଧି କରିବା, ପିପିଏଫ୍‌ ଓବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଏଜେଣ୍ଟଙ୍କ କମିଶନ ପୁର୍ବ ଭଳି ଲାଗୁ କରିବା, ସୁକନ୍ୟା ଓ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର କମିଶନ ପ୍ରଦାନ କରିବା, ମିହଳା ମାନଙ୍କ ଆର୍‌ଡି ଯୋଜନାରେ କମିସନ ହ୍ରାସକୁ ବନ୍ଦ କରିବା ଆଦି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe