ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

Advertisment
ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ

Sambad

ଖୋର୍ଦ୍ଧା: ଚନ୍ଦକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଲିଜ ଦିଆଯାଇଥିବା ଜମିର ସମୟକୁ ବର୍ଦ୍ଧିତ କରିବା, ଦୀର୍ଘବର୍ଷ ଧରି ରହିଥିବା ଜମିର ପଟ୍ଟା ପ୍ରଦାନ କରିବା, ଆଦିବାସୀ ଗାଁକୁ ସଡ଼କ, ପାନୀୟଜଳ, ବିଦ୍ୟୁତ୍‌ ଆଦି ଯୋଗାଇଦେବା, ନନ୍ଦନକାନନର ପରିସୀମା ବୃଦ୍ଧି ଆଳରେ ଆଦିବାସୀଙ୍କୁ ବିସ୍ଥାପିତ କରିବା ଆଦି ବିରୋଧରେ ୧୧ ଦଫା ଦାବି ନେଇ ଆଜି ବୁଧବାର ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ବୁଧବାର ଚନ୍ଦକା ଅଞ୍ଚଳର ଚୁଡ଼ଙ୍ଗ, ଆମ୍ବପଡ଼ିଆ, ଭାଲୁଙ୍କା, ପିତାପଡ଼ିଆ, ଲୋଧରା, ସୁନ୍ଦରପୁର ଓ ଆଖପାଖ ଅଞ୍ଚଳରେ ରହୁଥିବା ଶତାଧିକ ଆଦିବାସୀ ଆଜି ବୁଧବାର ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଖୋର୍ଦ୍ଧା ଜିଲ୍ଲା କମିଟି ବ୍ୟାନରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦିବାସୀମାନେ, ଗୀତା ଭବନ ଠାରୁ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।

ସେଠାରେ ଗିରୀଶ ମହାରଣାଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ମଞ୍ଚର ସମ୍ପାଦକ ସାଲ ମାରାଣ୍ଡି, କୃଷକ ସଭାର ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଜୟନ୍ତ ମିଶ୍ର, ସିପିଆଇଏମ୍‌ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ, ଜିଲ୍ଲା ଆବାହକ ରବୀନ୍ଦ୍ର ଟୁଡୁ, ମଦନ ମାରାଣ୍ଡି, ଟୁନା ମୁର୍ମୁ, ମୁନା ପିଙ୍ଗୁଆ, ଧନେଶ୍ବର ହେମ୍ବ୍ରମ, ଶୈଳେଶ ବଳିଆରସିଂହ, ସାରଙ୍ଗଧର ବେହେରା, କିଶୋର ଚନ୍ଦ୍ର ପରମଗୁରୁ ପ୍ରମୁଖ ୧୧ ଦଫା ଦାବି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହାପରେ ଏକ ପ୍ରତିନିଦି ଦଳ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ୭ ଦିନ ମଧ୍ୟରେ ଆଦିବାସୀଙ୍କ ଦାବି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ଯଦି ଦାବି ପୂରଣ ନ ହୁଏତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe