୧୬ ଦଫା ଦାବି ନେଇ ସିପିଆଇ(ଏମ)ର ଗଣବିକ୍ଷୋଭ

Advertisment
୧୬ ଦଫା ଦାବି ନେଇ ସିପିଆଇ(ଏମ)ର ଗଣବିକ୍ଷୋଭ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ଠାରେ ସିପିଆଇ(ଏମ) ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା ଜୋନ ସଂପାଦକ ବ୍ରଜ ମାଝୀଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ସହର ପରିକ୍ରମା କରିବା ପରେ ବ୍ଲକ ଅଫିସ ନିକଟରେ ଧାରଣା ପ୍ରଦର୍ଶନ କରିଥିଲେ। ଏହି ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚିପାରୁ ନାହିଁ। ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଆଜି ବି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପଛୁଆ ହୋଇ ପଡିରହିଛି। ତେବେ ପାର୍ଟି ତରଫରୁ ୧୬ଟି ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ପ୍ରତ୍ୟେକ ପଞ୍ଚାୟତରେ ଚାଷୀମାନଙ୍କ ଚାଷ ପାଇଁ ଢିପ ଜମିକୁ ସମତଳ କରାଯାଉ। ଭୂମିହୀନ ପରିବାରକୁ ଚାଷ ଜମି ସହ ପକ୍କା ଘର ପ୍ରଦାନ କରାଯାଉ। ୨୦୦୬ ଜଙ୍ଗଲ ଜମି ଆଇନ ଅନୁଯାୟୀ ପ୍ରତ୍ୟେକ ପରିବାରକୁ ୧୦ ଏକର ଲେଖାଏଁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ।

publive-image Sambad

ମନରେଗା ଯୋଜନାରେ ୨୦୦ ଦିନର କାମ ଦେବା ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରାଯାଉ। ବିଧବା ଓ ବାର୍ଦ୍ଧ୍ୟକ୍ୟ ଭତ୍ତା ୩ ହଜାର ଟଙ୍କା କରାଯାଉ। ପୂର୍ବ ପୁରୁଷଙ୍କ ନାମରେ ଥିବା ଘରଡିହ ଜମିକୁ ତାଙ୍କର ଉତ୍ତରାଧିକାରୀଙ୍କ ନାମରେ ପରିବର୍ତ୍ତନ କରାଯାଉ। ସମସ୍ତଙ୍କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଉ। ଆଧାର ସହ ରାସନ କାର୍ଡକୁ ଜଡିତ କରାନଯାଉ। ୧୦ ହଜାର ଟଙ୍କାର ରୋଜଗାରର ବାଟ ଦେଖାଇ ଦିଆଯାଉ। ଧାନ କ୍ବିଣ୍ଟାଲ ପିଛା ୩ ହଜାର ଟଙ୍କାରେ ଖରିଦ କରାଯାଉ। ସ୍ବାଭିମାନ ଅଞ୍ଚଳରେ ଫଲୁଥିବା ବିରି, ମୁଗା, କାନ୍ଦୁଲ, ହଳଦୀ, ସୁଆଁ, ମାଣ୍ଡିଆ ଇଦ୍ୟାତିର ଉଚିତ ମୂଲ୍ୟ ପ୍ରଦାନ କରାଯାଉ। ଗାଁ ଗାଁକୁ ରାସ୍ତା ନିର୍ମାଣ କରାଯାଉ। କୋରକୋଣ୍ଡା ମେଡିକାଲରେ ସବୁ ପ୍ରକାର ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ। ସାରକୁ ସୁଲଭ ମୂଲ୍ୟରେ ପ୍ରଦାନ କରାଯାଉ। ବେଆଇନ ଭାବେ ପଥର ଫୁଟାଇବା ବନ୍ଦ କରାଯାଉ ବୋଲି ଦାବି ରହିଛି। ତେବେ ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଭୁପେଶ କର୍ମାକାର, କୃଷ୍ଣ ପାଣ୍ଡି, ନିଧି ହନ୍ତାଳ, ଇନ୍ଦ୍ରମୋହନ ମାଡକାମୀ, ଲୁକନାଥ ମାଡକାମୀ, ଧବଲୁ ବେହେରା, ମଙ୍ଗୁ ମାଟାମ, ମୁକ୍କା ମାଡକାମୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe