୫ ଦଫା ଦାବି ନେଇ କାରାଗାର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

୫ ଦଫା ଦାବି ନେଇ କାରାଗାର କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

Sambad

ରାୟଗଡା: ଖାକିରେ ପିନ୍ଧା ହୋଇଛି କଳାବ୍ୟାଚ। କାରଣ ପୂରଣ ହେଉ ନାହିଁ ୫ ଦଫା ଦାବି। ଅଲ ଓଡିଶା ଜେଲ କର୍ମଚାରୀ ସଙ୍ଘ ଆହ୍ୱାନରେ ଚଳିତ ସେପ୍ଟେମ୍ବର ମାସ ୧୩ ରୁ ୨୪ ତାରିଖ ଯାଏଁ କଳାବ୍ୟାଚ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯଦି ଏହି ସମୟ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଆସନ୍ତା ୨୫ ସେପ୍ଟେମ୍ବରରୁ କଳାବ୍ୟାଚ ପରିଧାନ ସହ ସମସ୍ତ କର୍ମଚାରୀ ଖାଦ୍ୟ ଗ୍ରହଣ ନ କରି ଶାନ୍ତି ଶୃଙ୍ଖଳାର ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନା କରି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାରାଗାର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆନ୍ଦୋଳନରେ ବସି ରହିବୁ ବୋଲି ରାୟଗଡା ଉପ କାରାଗାର କର୍ମଚାରୀ ସଙ୍ଘ ସଭାପତି ସିମାଞ୍ଚଳ ସାହୁ ପ୍ରକାଶ କରିଛନ୍ତି।

ଦାବି ଗୁଡିକ ମଧ୍ୟରୁ କାରାରକ୍ଷୀ ଗ୍ରେଡ଼ ପେ ୨୦୦୦ ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀଙ୍କ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ବରିଷ୍ଠତା ଭିତ୍ତିକ ପୁରୁଣା ପଦବି ପଦନ୍ନୋତି ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନ ହେବା ନିୟମ ବନ୍ଦ କରିବା, ଖାଦ୍ୟ ଭତ୍ତା ୪୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରିବା ଏବଂ ନୂତନ ବେତନ କମିସନ -୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ କରିବା ଭଳି ପାଞ୍ଚ ଦଫା ଦାବି ରହିଛି। ରାୟଗଡା ଜିଲ୍ଲାପାଳ, ଉପକାରାଗାର ଅଧିକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ସଙ୍ଘ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ନେଇ ସଙ୍ଘର ସମ୍ପାଦକ ନୟନ କୁମାର ସାରକା ପ୍ରକାଶ କରିଛନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe