୭ ଦଫା ଦାବି ନେଇ ବିଦ୍ୟୁତ କର୍ମଚାରୀ ମହାସଂଘର ରାଲି ଓ ବିକ୍ଷୋଭ

Advertisment
୭ ଦଫା ଦାବି ନେଇ ବିଦ୍ୟୁତ କର୍ମଚାରୀ ମହାସଂଘର ରାଲି ଓ ବିକ୍ଷୋଭ

Sambad

ରାୟଗଡା: ରାୟଗଡା ଜିଲ୍ଲା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ଆଜି ମଙ୍ଗଳବାର ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୭ ଦଫା ଦାବି ପୂରଣ ନେଇ ଜିଲ୍ଲା ଶ୍ରମ ଅଧିକାରୀ ସମେତ ଟିପିଏସଓଡିଏଲର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାୟଗଡା ବିଦ୍ୟୁତ କର୍ମଚାରୀ ମହାସଂଘର ସମ୍ପାଦକ ବସନ୍ତ କୁମାର ସେନାପତିଙ୍କ ନେତୃତ୍ବରେ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ଶ୍ରମ ଅଧିକାରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ କମ୍ପାନି ତରଫରୁ ପ୍ରତିବର୍ଷ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯାଉଛି। ଯେପରି ଏଭଳି ଛଟେଇକୁ ମହାସଂଘ ନିନ୍ଦା କରିବା ସହ ଆଗାମୀ ଦିନରେ କର୍ମଚାରୀଙ୍କ ଚାକିରି ଯେପରି ସୁରକ୍ଷିତ ରହିବ। ୮ ଘଣ୍ଟା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିଜର କର୍ତ୍ତବ୍ୟ କରୁଛୁ।

publive-image Sambad

ଯଦି ଏହାଠାରୁ ଅଧିକା ସମୟ କାର୍ଯ୍ୟ କଲେ ଅଭର ଟାଇମ ହିସାବକୁ ଏହାକୁ ନିଆଯାଉ। ପ୍ରତିବର୍ଷ ଦରମା ବର୍ଦ୍ଧିତ କରାଯାଉ। ପ୍ରତିମାସରେ ଜୋତା ଧୋଇବା ଏବଂ ପୁଲିସ କରିବା ପାଇଁ ୫ଶହ ଟଙ୍କା ଲେଖାଏଁ ପ୍ରଦାନ କରାଯାଉ।ପ୍ରତିମାସର ୫ ତାରିଖ ସୁଦ୍ଧା ଦରମା ପ୍ରଦାନ କରାଯାଉ। ପ୍ରତିମାସରେ ୨୫ଶହ ଲେଖାଏଁ ପେଟ୍ରୋଲ ବାବଦକୁ ଟଙ୍କା ପ୍ରଦାନ କରାଯାଉ। କମ୍ପାନିର ଦାୟିତ୍ବ ଯେତେବେଳେ ବି କର୍ମଚାରୀଙ୍କୁ ଦିଆଯାଉଛି, ସେତେବେଳେ କର୍ମଚାରୀ ସମସ୍ତ ଦାୟିତ୍ବକୁ ସୁଚାରରୂପେ ତୁଲାଉଛନ୍ତି। ଅବସର ସମୟରେ ଯେଭଳି କର୍ମଚାରୀଙ୍କୁ ଉପେକ୍ଷା କରାନଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe