ଗଡ଼ଖୋର୍ଦ୍ଧା ଠାରେ ଅଣ୍ଡରପାସ ପାଇଁ ବିକ୍ଷୋଭ

Advertisment
ଗଡ଼ଖୋର୍ଦ୍ଧା ଠାରେ ଅଣ୍ଡରପାସ ପାଇଁ ବିକ୍ଷୋଭ

Sambad

ଖୋର୍ଦ୍ଧା: ଗଡ଼ଖୋର୍ଦ୍ଧା ଠାରେ ଏକ ଅଣ୍ଡରପାସ ନିର୍ମାଣ କରିବା ଦାବିରେ ଆଜି ଖୋର୍ଦ୍ଧାର ବିଭିନ୍ନ ନାଗରିକ ଓ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ସକାଳ ୧୦ଟା ସମୟରେ ବାଟମଙ୍ଗଳା ଛକ ଠାରେ ଖୋର୍ଦ୍ଧା ଓକିଲ ସଂଘ ସଭାପତି ବିଜୟ ସାମନ୍ତସିଂହାର, ପୁର୍ବତନ ସଭାପତି ନୃସିଂହ ମିଶ୍ର, ଖୋର୍ଦ୍ଧା ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନିର୍ମାଣଧୀନ ଫ୍ଲାଏ ଓଭର କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ଏନେଇ ଓକିଲ ସଂଘ ସଭାପତି କହିଛନ୍ତି ଯେ ୧୬ ନମ୍ବର ଜାତୀୟ ରାଜପଥର ଏହି ଦୁଇଟି ସ୍ଥାନ ଦୁର୍ଘଟଣା ପ୍ରବଣ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏ ଓଭର ନିର୍ମାଣ ସହ ଏଠାରେ ଅଣ୍ଡରପାସ ନିର୍ମାଣ କରିବାକୁ ଖୋର୍ଦ୍ଧାବାସୀଙ୍କ ପକ୍ଷରୁ ଦାବି ହୋଇଆସୁଛି।

ଗତ ୮ ତାରିଖରେ ମଧ୍ୟ ଏନେଇ ଏକ ପ୍ରତିନିଧି ଦଳ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦିଆଯାଇଥିଲା। ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ବିକ୍ରମ ଚମ୍ପତ୍ତି, ୪ ନମ୍ବର କାଉନସିଲର ପ୍ରଶାନ୍ତ ସେଠୀ, ୬ ନମ୍ବର ୱାର୍ଡ଼ କାଉନସିଲର କମଳ ପ୍ରଧାନ, ସମାଜସେବୀ ସଞ୍ଜୟ ପଟ୍ଟନାୟକ, ରକି ସ୍ୱାଇଁ, ଇତିଶ୍ରୀ ସାହୁ, ପ୍ରମୋ ମାନ୍ଧାତା, ରାଜେନ୍ଦ୍ର ସେନାପତି, ନସିରୁଦ୍ଦିନ୍ ଖାଁନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe