ବାମନଘାଟି ଉପଖଣ୍ଡରେ ବନ୍ଦର ଆଂଶିକ ପ୍ରଭାବ

Advertisment
ବାମନଘାଟି ଉପଖଣ୍ଡରେ ବନ୍ଦର ଆଂଶିକ ପ୍ରଭାବ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବାଇଗଣବାଡ଼ିଆ ସ୍ଥିତ ଏକ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ନିର୍ଯାତନାର ଶିକାର ହୋଇଥିବା ଛାତ୍ରମାନଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ଏହି ଉପଖଣ୍ଡର ବିଶୋଇ ବ୍ଲକରେ ମଧ୍ୟ ଆଂଶିକ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା।ବିଶୋଇ ବ୍ଲକ ଜେ. ଏମ୍.ଏମ୍ ଓ ମାସା ଆର୍ମି ପକ୍ଷରୁ ବିଶୋଇ ଅଞ୍ଚଳରେ ପିକେଟିଂ କରାଯିବା ସହିତ ବିଶୋଇ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ଓ ୫୦ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।

ଛାତ୍ରମାନଙ୍କୁ ମାଡ଼ ମାରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କର ଭବିଷ୍ୟତ ସହିତ ଖେଳଥିବା ବେନିୟମ ଶିକ୍ଷା ଅନୁଷ୍ଠାନ ସିଲ କରି ଉକ୍ତ ଶିକ୍ଷା ଅନୁଷ୍ଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପାଠ ପଢିବାରେ ସୁଯୋଗ ଦିଆଯିବ ବୋଲି କର୍ମୀ ମାନେ ଦାବି କରିଥିଲେ। କିିଛିସମୟ ଧରି ରାସ୍ତା ଅବରୋଧ ସହିତ କିଛି ଦୋକାନ ମଧ୍ୟ ବନ୍ଦ ରହିଥିଲା ମାତ୍ର ପୁଲିସର ହସ୍ତକ୍ଷେପ ପରେ ବନ୍ଦ ଖୋଲିଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe