ଭଦ୍ରକ ରେଳ ଷ୍ଟେସନରେ ଯାଜପୁରରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ରେଳରୋକ

Advertisment
ଭଦ୍ରକ ରେଳ ଷ୍ଟେସନରେ ଯାଜପୁରରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ରେଳରୋକ

ଭଦ୍ରକ: ଆଜି ସକାଳ ୯ଟା ରୁ ଦିନ ୧୧.୩୦ପର୍ଯ୍ୟନ୍ତ ଶହ ଶହ ସଂଖ୍ୟା ରେ ଆନ୍ଦୋଳନକାରୀମାନେ ଷ୍ଟେସନ ସମ୍ମୁଖରେ ସମବେତ ହୋଇ କେନ୍ଦ୍ର ସରକାରଙ୍କ ଜନବିରୋଧୀ ରେଳ ବଜେଟକୁ ପ୍ରତିବାଦ କରିବା ସଙ୍ଗେ ସଙ୍ଗେ ଯାଜପୁର ରୋଡଠାରୁ ମଙ୍ଗଳପୁର ଦେଇ ଚାନ୍ଦବାଲି, ଆରଡ଼ି ବଜାର ଦେଇ ଧାମରା ଯାଏ ଯାତ୍ରୀବାହୀ ଟ୍ରେନ ଚଳାଇବା ଓ ଭଦ୍ରକରୁ ଧାମରା ଯାଏ ଯାତ୍ରୀବାହୀ ଟ୍ରେନ ଚଳାଇବା ନିମନ୍ତେ ଦାବି କରିଛନ୍ତି | ଯାଜପୁରରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପୂର୍ବତନ ବିଧାୟକ ଓ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ, ସାଥୀ ସନ୍ତୋଷ ଦାସ, ମାୟାଧର ନାୟକ, ସହଦେବ ସାହୁଙ୍କ ସମେତ ବହୁ ରାଜନେତା, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ। ଯାତ୍ରୀବାହୀ ରେଳ ଚଳାଇବା, ଭଦ୍ରକ ଜିଲ୍ଲାର ଭଦ୍ରକରୁ ଧାମରା ଯାତ୍ରୀବାହୀ ଟ୍ରେନ ଚାଲୁ କରିବା, ଭଦ୍ରକ ଜିଲ୍ଲାର ରେଲୱେ ଡିଭିଜନ ଖୋଲିବା ଦାବିକରି ଏକ ପ୍ରତିବାଦ ସଭା ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା |

publive-image

ସେଥିରେ ବକ୍ତା ଭାବେ ରାଧା ଦାସ, ନିରଞ୍ଜନ ପାଣି, ପ୍ରଫୁଲ୍ଲ ପାଢ଼ୀ, ଗିରିଧାରୀ ନାଥ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ପ୍ରତାପ ସେଠୀ, ଚନ୍ଦ୍ରଶେଖର ନାୟକ, କାଳନ୍ଦୀ ପାତ୍ର, ନରେନ୍ଦ୍ର ଦାସ, ସେକ କାଲ୍ଲୁ, ମାର୍କଣ୍ଡ ଜେନା, ଭାଗବତ ସେନାପତି, ସେକ ବାବୁ, ତୁଙ୍ଗୁରି ମୁଣ୍ଡା, ମିନାଜ ଖାଁ, ନରହରି ବେହେରା, ସୁରେନ୍ଦ୍ର ନାୟକ, ସୋମବାରି ମୁଣ୍ଡା, ରାହାସ ମୁଣ୍ଡା, ମାନ୍ତୁମୁଣ୍ଡା, ସେକ ଗୁଲାମ, ମିନତି ସ ଆଦି ଯୋଗ ଦେଇଥିଲେ | ବକ୍ତାମାନେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ରେଳ ବଜେଟ ଓ ଓଡ଼ିଶା ପ୍ରତି ଅବହେଳା ଓ ରେଳ ବଜେଟରେ ଭଦ୍ରକ ଜିଲ୍ଲା ଯାଜପୁର ଜିଲ୍ଲାବାସୀଙ୍କ ପାଇଁ ଟଙ୍କାଟିଏ ବ୍ୟୟ ବରାଦ/ଅଟକଳ କରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି | ଆଗାମୀଦିନରେ ଆନ୍ଦୋଳନ ବ୍ୟାପକ ଭାବେ ଗଢ଼ି ତୋଳିବାକୁ ନିବେଦନ କରିଥିଲେ ଓ ଏକ ଯାତ୍ରୀବାହୀ ଟ୍ରେନ ସମ୍ମୁଖରେ ଧାରଣା ଦେବାକୁ ଯିବା ବେଳକୁ ରେଳଷ୍ଟେସନ ସମ୍ମୁଖରେ ଥିବା ଆରପିଏଫ୍ ପୁଲିସ ଓ ରାଜ୍ୟ ସରକାରଙ୍କ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଅବରୋଧ କରିବାରୁ ପୁଲିସ ଆନ୍ଦୋଳନକାରୀମାନଙ୍କ ଅବରୋଧ ହଟାଇବା ଲାଗି ଚେଷ୍ଟା କରି ବିଫଳ ହୋଇଥିଲା | ଆନ୍ଦୋଳନକାରୀ ମାନେ ଷ୍ଟେସନରେ ରେଳରୋକ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe