ଧାନମଣ୍ଡିର ଅବ୍ୟବସ୍ଥା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ସେବା ସମବାୟ ସମିତିର ଚାଷୀ

Advertisment
ଧାନମଣ୍ଡିର ଅବ୍ୟବସ୍ଥା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ସେବା ସମବାୟ ସମିତିର ଚାଷୀ

Sambad

ଖୋର୍ଦ୍ଧା: ଗୋଟିଏ ପଟେ ତ୍ରିସ୍ତରୀୟ ପଞ୍ଚାୟତ ନେଇ ଗ୍ରାମାଞ୍ଚଳ ରାଜନୀତି ସରଗରମ ଥିବା ବେଳେ ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ବିଭିନ୍ନ ସ୍ଥାନରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି। ନାଚୁଣୀ ସେବା ସମବାୟ ସମିତିର ଚାଷୀ ସେବା ସମବାୟ ସମିତି ସମ୍ମୁଖରେ ବିକ୍ଷୋଭ କରି ବିଫଳ ହେବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେବା ସମବାୟ ସମିତିର ଚାଷୀ ରମେଶ ଚନ୍ଦ୍ର ଚହଟରାୟ, ବିଶ୍ୱନାଥ ମୁଦୁଲି, ବିପିନ ବିଶ୍ୱାଳ, ବ୍ରଜ କିଶୋର ମହାରଣା, କିଶୋର ଚନ୍ଦ୍ର ବେହେରା ପ୍ରମୁଖ ଚାଷୀଙ୍କ ସହ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାନମଣ୍ଡିର ଅବ୍ୟବସ୍ଥା ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ଏନେଇ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଯୋଗାଣ ଅଧିକାରୀଙ୍କ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ କହିବା କଥା ହେଲା, ଜାନୁଆରୀ ୭, ୧୨ ଓ ୧୪ ତାରିଖରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ମୋବାଇଲ ସୂଚନା ଦିଆଯାଇଥିଲେ ମଧ୍ୟ ମଣ୍ଡି ଏଯାଏଁ ଖୋଲିନାହିଁ। ସେବା ସମବାୟ ସମିତିରେ ୩୬୩ ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି। ଯଦି ଧାନମଣ୍ଡି ଆଗାମୀ ସପ୍ତାହରେ ଆରମ୍ଭ ହୁଏ, ବର୍ତ୍ତମାନ ଜାନୁଆରୀ ମାସର ତୃତୀୟ ସପ୍ତାହ ଆାରମ୍ଭ ହୋଇଯାଇଥିବା ବେଳେ ଧାନମଣ୍ଡି ଖୋଲି ନଥିବାରୁ ବଳକା ୨ ମାସର ୮ ଟି ମଣ୍ଡି ଦିବସରେ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ସମ୍ଭବ ନୁହେଁ। ଚାଷୀଙ୍କ ଠାରୁ ଧାନ କ୍ରୟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଯଦି ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାନଯାଏ ତେବେ ଆଗାମୀ ଦିନରେ ପରିବାର ସମେତ ରାଜରାସ୍ତାରେ ଧାରଣା ଦେବେ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe