କୋଭିଡ ହସପିଟାଲରେ ଭଉଣୀର ମୃତ୍ୟୁକୁ ନେଇ ଉତ୍ତେଜନା

Advertisment
କୋଭିଡ ହସପିଟାଲରେ ଭଉଣୀର ମୃତ୍ୟୁକୁ ନେଇ ଉତ୍ତେଜନା

ମାଲକାନଗିରି: ମାଲକାନଗିରି କୋଭିଡ ହସପିଟାଲରେର ଆଜି ଉତ୍ତେଜନା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡିଥିଲା ଯେ ମାଲକାନଗିରି ନିକଟସ୍ଥ ଏମଭି-୧୧ ଗ୍ରାମର ଜନୈକା ଝିଅ ଏମଭି-୧୫ ଗ୍ରାମରେ ବିବାହ କରିଥିଲେ। ତେବେ ଗତ ମଂଗଳବାର ଦିନ ତାଂକର ଟେଷ୍ଟ କରାଯିବାରୁ କୋଭିଡ ଅଛି କହି କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା।ପୀଡିତା ମହିଳାଙ୍କ ବାପ ଘରର ଲୋକେ ଏବଂ ତାଂକର ଶ୍ବଶୁର ଘରର ଲୋକେ ଦେଖିବା ପାଇଁ କୋଭିଡ ହସପିଟାଲକୁ ବାରମ୍ବାର ଆସୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଆଦୌ ଦେଖାଇ ଦେଇନଥିଲେ। ଫୋନରେ କଥା କରାଇ ଦିଅ କହିବାରୁ ତାହା ମଧ୍ୟ ଅସମ୍ଭବ ବୋଲି କହିଥିଲେ। ଯେତେ ଥର ଆସିଲେ ପୀଡିତା ମହିଳା ଠିକ ଥିବା କହି ତାଂକୁ ଫେରାଇ ଦେଉଥିଲେ।ଆଜି ସକାଳ ୯ଟା ବେଳକୁ ପରିବାର ଲୋକଙ୍କୁ ଫୋନ କରି କୋଭିଡ ହସପିଟାଲରୁ ଖବର ଦିଆଯାଇଥିଲା କି କୋଭିଡରେ ଆକ୍ରାନ୍ତ ଥିବା ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଛି।

ପରିବାର ଲୋକେ ମେଡିକାଲ ନିକଟରେ ପହଞ୍ଚି ହୋହଲ୍ଲା କରିଥିଲେ। ଆମର ଭଉଣୀ କୋଭିଡ ହସପିଟାଲରେ ଭର୍ତ୍ତି କାହିଁକି କରାଗଲା ବୋଲି ପ୍ରଶ୍ନ କରିଥିଲେ। ସେ ସୁସ୍ଥ ଅଛି କି ନାହିଁ ବାରମ୍ବାର ପଚାରୁଥିଲେ ମଧ୍ୟ ନିୟମ ନଥିବା କହି ସେଠାରୁ ଜବରଦସ୍ତ ଆମକୁ ତଡି ଦିଆଯାଉଥିଲା।ଏବେ କୋଭିଡ ରୋଗୀର ମୃତ୍ୟୁ ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଉଛି। ତେବେ କାହିଁକି ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ପୀଡିତାଙ୍କ ମୁହଁ ଦେଖାଇଲେ ନାହିଁ କିମ୍ବା କଥା ମଧ୍ୟ କରାଇଲେ ନାହିଁ ବୋଲି ଉତ୍ତେଜନା ପ୍ରକାଶ ପାଇଥିଲେ। ପରେ ମାଲକାନଗିରି ପୁଲିସ ଆଇଆଇସି ରାମ ପ୍ରସାଦ ନାଗ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe