ମ୍ୟୁଟେସନ୍ ଓ ଡିମାର୍କେସନ୍ କରାଉନଥିବା ପ୍ରତିବାଦରେ ଧାରଣା

Advertisment
ମ୍ୟୁଟେସନ୍ ଓ ଡିମାର୍କେସନ୍ କରାଉନଥିବା ପ୍ରତିବାଦରେ ଧାରଣା

Sambad

ଖୋର୍ଦ୍ଧା: ବୋଲଗଡ଼ ତହସିଲଦାର ମ୍ୟୁଟେସନ୍ ଓ ଡିମାର୍କେସନ୍ କରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଆଜି ଜଣେ ମହିଳା ନିଜ ପରିବାର ସମେତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣା ଦେଇଥିବା ବୋଲଗଡ଼ ତୃତୀୟପଡ଼ାର ରୀତା ପରିଡ଼ାଙ୍କ କହିବାନୁସାରେ, ସେ ୫ ବର୍ଷ ପୂର୍ବେ ବୋଲଗଡ଼ ମୌଜାର ଖାତା ନଂ ୧୨୭୭, ପ୍ଲଟ ନଂ ୫୯୬/୨୬୧୮ର ୦.୧୬୩ ଡେସିମିଲ ଜମି କିଣିଥିଲେ। କିନ୍ତୁ ଏହାର ମ୍ୟୁଟେସନ୍ ପଟ୍ଟା ଓ ଡିମାର୍କେସନ୍ ପାଇଁ ବାରମ୍ବାର ତହସିଲ କାର୍ଯ୍ୟାଳୟ ଦୌଡ଼ି କୌଣସି ପଦକ୍ଷେପ ନନେବାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ।

ଏହାପରେ ତହସିଲଦାର ଡିମାର୍କେସନ୍ କରିଥିଲେ ମଧ୍ୟ ଏହାକୁ ତ୍ରୁଟିପୂର୍ଣ୍ଣ ଭାବେ ମାପଚୁପ କରିଥିଲେ। ଏହାର ପ୍ରତିବାଦ କରି ସେ ଅପ୍ରିଲ୍ ୨୪ ତାରିଖରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଏହାପରେ ୨୫ ଅପ୍ରିଲରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତି ରଂଜନ ସେଠୀଙ୍କ ଉପସ୍ଥିତିରେ ବୋଲଗଡ଼ ତହସିଲଦାରଙ୍କୁ ଡକାଇ ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ସେମାନେ ସପରିବାର ଧାରଣାରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe