କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର ଦାବି କରି ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। କରୋନା ମହାମାରୀ ସମୟରେ ସାରା ବିଶ୍ବ କଲ ବଲ ହେଉଥିବା ବେଳେ ସାରା ଭାରତ ବର୍ଷରେ ଏଇ କରୋନା ସମୟରେ କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କୃଷକମାନଙ୍କର କୃଷି ଋଣ ଛାଡକରା ନଯିବା ପରିତାପର ବିଷୟ ହୋଇଥିବା ବେଳେ ସେମାନଙ୍କୁ ବିନା ସୁଧରେ ତୁରନ୍ତ ଋଣ ପ୍ରଦାନ କରାଯାଉ ନାହିଁ। ସେହିପରି ଧାନର ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଉ ନାହିଁ। ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩ ହଜାରରୁ ଉର୍ଦ୍ଧ୍ବ ଟଙ୍କା କରାଯାଉ ବୋଲି କୃଷକ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି। ସେହିପରି କେନ୍ଦ୍ର ସରକାର କୃଷକ ମାରଣ ନୀତିରେ ରହିଥିବା ବେଳେ କଣ୍ଟାକ୍ଟ ଫାର୍ମିଂ ସିଷ୍ଟମ ଉପରେ ଅଧିକ ଗୁରୁତ୍ବ ଦେଉଛି।

ଚାଷୀର ତଣ୍ଟି ଚିପି ବ୍ୟବସାୟୀ ଓ ଶିଳ୍ପପତି ଗୋଷ୍ଠୀଙ୍କ ସହଯୋଗର ହାତ ବଢାଇଛି ମୋଦି ସରକାର। ମୋଦି ସରକାରଙ୍କର ଏଭଳି କୃଷକ ମାରଣ ନୀତିକ ଭଦ୍ରକ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଦୁଇ ଦିନ ହେଲା ତୀବ୍ର ବିରୋଧ କରାଯାଇଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରାଯାଇଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆଜିର ଏଇ ପ୍ରତିବାଦ ସଭା ଓ ବିକ୍ଷୋଭ ବେଳେ କୃଷକ ନେତା ଚନ୍ଦ୍ରଶେଖର ନାୟକ, ଦିବ୍ୟସିଂହ ନାୟକ, ରାଧା ଦାସ, ଅଭିରାମ ବଳ, ପ୍ରଫୁଲ୍ଲ ପାଢୀ, ସୁଶାନ୍ତ ଜେନା, ଅଜୟ ନାୟକ, ବିନୋଦ ସାହୁ, ସେକ କାଲୁ, ଟୁନି ଜନୋ, ସେକ୍ ରିଆଜ ପ୍ରମୁଖ କୃଷକ ନେତାମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe