ବିଧାୟକଙ୍କୁ ଛାଡ଼, ବିଡିଓଙ୍କୁ ବାନ୍ଧ ଦାବିରେ ବିଜେପିର ଧାରଣା

Advertisment
ବିଧାୟକଙ୍କୁ ଛାଡ଼, ବିଡିଓଙ୍କୁ ବାନ୍ଧ ଦାବିରେ ବିଜେପିର ଧାରଣା

Sambad

କୋରାପୁଟ: ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତୁରନ୍ତ ମୁକ୍ତ କରିବା, ବିଡ଼ିଓଙ୍କୁ ଗିରଫ କରିବା ଦାବିରେ କୋରାପୁଟ ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ବିଧାୟକଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ବିଳମ୍ବରେ ରୁଜୁ ହୋଇଥିବା ତିଲେଇବଣୀ ବିଡ଼ିଓଙ୍କ କାଉଣ୍ଟର ଏଫଆଇଆର ଆଧାରରେ ଆକ୍ରୋଶମୂଳକ ଭାବେ ବିଧାୟକଙ୍କୁ ଗିରଫ କରାଯିବା ଘଟଣାକୁ ନେଇ ଧାରଣାସ୍ଥଳରେ ବିଜେପି ଗର୍ଜିଛି। ଶୁକ୍ରବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବି‌ଜେପି।

ଖୁବଶୀଘ୍ର ସରକାର ଏହା ଉପରେ ବିଚାର ନ କଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ପୁଲିସ ଥାନାକୁ ୧୨ ଘଣ୍ଟା ଘେରାଉ କରାଯିବ ବୋଲି ବିଜେପି କହିଛି। ଆଜିର ଧାରଣାରେ ବିଜେପିର ବରିଷ୍ଠ ନେତା ଗୌତମ ସାମନ୍ତରାୟଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe