Sambad
ଭଦ୍ରକ: ପ୍ରାଥମିକ ଶିକ୍ଷାର ସବୁ ବର୍ଗର ଶିକ୍ଷକ ମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନେତୃତ୍ଵରେ ଏକତ୍ରିତ ହୋଇ ୩ ଦଫା ଦାବି ପୂରଣ ନିମନ୍ତେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଆଜି ଶୁକ୍ରବାର ଠାରୁ ସାମିଲ ହୋଇଛନ୍ତି। ଶିକ୍ଷକ ମାନଙ୍କର ଠିକା ଅବଧିକୁ ୬ବର୍ଷ ଏବଂ ଶିକ୍ଷାକର୍ମୀ ୪ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା କ୍ରିଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ରଖିଛନ୍ତି। ଯୁକ୍ତଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନ୍ସନ ପୁନଃ ପ୍ରଚଳନ ନିମନ୍ତେ ଏହି ଆନ୍ଦୋଳନ ଚାଲୁ ରହିଛି। ଭଦ୍ରକ ବ୍ଲକର ଶହ ଶହ ଶିକ୍ଷକ ମାନେ ଆନ୍ଦୋଳନରେ ସାମିଲ ଥିବାରୁ ଅଧିକାଂଶ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି।
ଶିକ୍ଷକମାନଙ୍କ ଏହି ଦାବିକୁ ମାନ୍ୟବର ମୂଖ୍ୟମନ୍ତ୍ରୀ ଘୋଷଣା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ରାଜ୍ୟ ସଂଘର ମହାସଚିବ ଚାରୁଲତା ମହାପାତ୍ର, ଶିକ୍ଷକ ନେତା ରାଜେଶ ଦାସ, ବାବୁଲା ରାଉତ, ଅରବିନ୍ଦ ଦୀକ୍ଷିତ, ସମୀର ଜେନା, ନିଳାଦ୍ରୀ ତ୍ରିପାଠୀ, ଚନ୍ଦ୍ରକାନ୍ତ ଶୁକ୍ଳ, ପ୍ରଶାନ୍ତ ବାରିକ, ତବରେଜ ଖାନ୍, ସୁପ୍ରିତି ଖୁଣ୍ଟିଆ, ଅରୁଣ ମଲ୍ଲିକ, ବିନିତ୍ ମଲ୍ଲିକ, ଆଶିଷ କୁମାର ସାହୁ, ପ୍ରଶାନ୍ତ ବେହେରା, ସୁକାନ୍ତ ନାୟକ, ମୁକ୍ତିକାନ୍ତ ପରିଡ଼ା, ଉଦୟ ନାଥ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ସୁନୀତା ସାମନ୍ତ, ଶ୍ରଦ୍ଧାଞ୍ଜଳି କର, ବିଜୟ ମଲ୍ଲିକ, ସୁକାନ୍ତି ପାତ୍ର, କମଳାକାନ୍ତ ସାହୁ, ସେକ୍. ଅବଦୁଲ ରବ୍ ଦୃଢ଼ ଚେତାବନୀ ଦେଇଛନ୍ତି।
Follow Us